ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ;୨ଗିରଫ

0

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ପୁଣିଥରେ ଅନ୍ଧବିଶ୍ୱାସ ଲୋକଙ୍କୁ ଘାରିଥିବା ଅଭିଯୋଗ ହୋଇଛି। ଜଣେ ୬୦ବର୍ଷର ବୃଦ୍ଧଙ୍କୁ ଗୁଣିଆ ସନ୍ଦେହ କରି ମରଣାନ୍ତକ ଆକ୍ରମଣ କରାଯିବା ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି।
ନୀଳଗିରି ଥାନା ଅଧୀନ ବାଘମରା ଗାଁର ଦୀପ୍ତିକାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ରୋଗ ଭଲ ନହେବାରୁ ସେହି ଗାଁର ରାମଚନ୍ଦ୍ର ସିଂ (୬୦)ଙ୍କୁ ଦୋଷୀ ସାବ୍ୟସ୍ତ କରି ଛୋଟରାମ ସିଂ (୫୦) ଓ ଜଟିଆ ସିଂ (୪୫) ତାଙ୍କୁ ପଥରରେ ମୁଣ୍ଡକୁ ଛେଚି ଦେବା ସହ ଗୁଣ ଝଡ଼ାଇବା ଉଦେଶ୍ୟରେ ତାଙ୍କୁ ପାଣି ଖାଲରେ ବୁଡ଼ାଇ ରଖିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ଗାଁ ଦାଣ୍ଡରେ ଘୋଷାରି ପାହାଡ଼ ଉପରକୁ ଫିଙ୍ଗିବାକୁ ନେଉଥିବା ଦେଖି ସ୍ଥାନୀୟଲୋକେ ଓ ତାଙ୍କ ଝିଅ ଦୌପଦୀ ସିଂ ଏଥିରେ ପ୍ରତିବାଦ କରିଥିଲେ ହେଁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ଦ୍ୱାରା ବୃଦ୍ଧଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରାଯାଇ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଛୋଟରାମ ଓ ଜଟିଆକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

Leave A Reply