www.samajalive.in
Saturday, December 13, 2025
27.1 C
Bhubaneswar

ହକି ଖେଳାଳି ଘରକୁ ଗଲେ କ୍ୱାରେଣ୍ଟାଇନରେ ରହିବେ

ନୂଆଦିଲ୍ଲୀ: ଜାତୀୟ ହକି ଶିବିର ମଝିରେ ଯଦି କୌଣସି ଖେଳାଳି ନିଜ ଘରକୁ ଯିବାକୁ ଚାହିଁବେ; ତାଙ୍କୁ ଏହାର ଅନୁମତି ଦିଆଯିବ। ତେବେ ଘରୁ ଫେରି ଶିବିରରେ ଯୋଗଦେବା ପୂର୍ବରୁ ଖେଳାଳିଙ୍କୁ ବାଧ୍ୟତାମୂଳକ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ଘୋଷଣା କରିଛି ହକି ଇଣ୍ଡିଆ। ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‍ସ ଲାଗି ଭାରତୀୟ ପୁରୁଷ ଓ ମହିଳା ହକି ଦଳଙ୍କୁ ପ୍ରସ୍ତୁତ କରିବା ଲାଗି ଶିବିର ଆରମ୍ଭ ହେବାକୁ ଯାଉଛି। ଦେଶରେ କରୋନା ସଂକ୍ରମଣର ମାତ୍ରା ଏବଂ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଅଭ୍ୟାସ ବେଳେ ଖେଳାଳିଙ୍କ ନିରାପତ୍ତାକୁ ଅତ୍ୟଧିକ ଗୁରୁତ୍ୱ ଦେଇଛି ହକି ଇଣ୍ଡିଆ। ସେଥିପାଇଁ ଖେଳାଳିଙ୍କ ପାଇଁ ନିୟମାବଳୀ ହକି ଇଣ୍ଡିଆ ଜାରି କରିଛି। କେବଳ ସିନିୟର ଦଳ ନୁହନ୍ତି; ଜୁନିୟର ଦଳର ଖେଳାଳି ମଧ୍ୟ ଏହି ନିୟମାବଳୀ ପାଳନ କରିବେ।

୨୦୨୧ରେ ମଧ୍ୟ ଜୁନିୟର ହକି ବିଶ୍ୱକପ୍‍ ଆୟୋଜନ ହେବାର ଅଛି। ସାଇ କେନ୍ଦ୍ରରେ ଏବଂ ବାହାରେ କରୋନା ପ୍ରତି ସତର୍କ ରହିବା ପାଇଁ ହକି ଇଣ୍ଡିଆ ଖେଳାଳିଙ୍କୁ ନାନା ନିର୍ଦେଶ ଦେଇଛି। ଯଦି ଖେଳାଳି ଶିବିରରୁ ଘରକୁ ଯିବାକୁ ଚାହିଁବେ; ତାଙ୍କୁ କେତେଦିନ ଛୁଟି ଦିଆଯିବ; ତାହା କେନ୍ଦ୍ର ସରକାର, ସାଇ ଓ ହକି ଇଣ୍ଡିଆ ମିଳିତ ଭାବେ ନିଷ୍ପତ୍ତି ନେବେ। ପୁଣି ମୁଖ୍ୟ ପ୍ରଶିକ୍ଷକ ଅନୁମତି ଦେଲେ ଯାଇ ସେ ଘରକୁ ଯିବେ। ପୁଣି ଖେଳାଳି ଘରୁ ଫେରିଲେ ୨ ସପ୍ତାହ ସଂଗରୋଧ ବା କ୍ୱାରେଣ୍ଟାଇନରେ ରହିବେ। ମାର୍ଚ୍ଚ ୨୫ରୁ ସାରା ଦେଶରେ ଲକ୍‍ଡାଉନ୍‍ ଘୋଷଣା ହୋଇଥିବା ବେଳେ ବହୁ ଖେଳାଳି ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ରହି ଯାଇଛନ୍ତି। ସେମାନେ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‍ ରିଜିଜୁଙ୍କୁ ଅନୁରୋଧ କରିଥିଲେ। ଏହାପରେ ଅଭ୍ୟାସ ଆରମ୍ଭ କରିବାକୁ କେନ୍ଦ୍ର ସରକାର, ସାଇ ଓ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛନ୍ତି। କେବେ ଅଭ୍ୟାସ ଆରମ୍ଭ କରାଯିବ; ତାହା ଖୁବ୍‍ ଶୀଘ୍ର ଖେଳାଳିଙ୍କୁ ଜଣାଇ ଦିଆଯିବ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories