www.samajalive.in
Friday, December 12, 2025
17.1 C
Bhubaneswar

ଟେଷ୍ଟମ୍ୟାଚ୍‍ ଖେଳିବା ପାଇଁ ବୋଲରଙ୍କୁ ୨ ମାସ ପ୍ରସ୍ତୁତି ଆବଶ୍ୟକ: ଆଇସିସି

ମୁମ୍ବଇ: ମହାମାରୀ କୋଭିଡ୍‍-୧୯ ଭୂତାଣୁ ସଂକ୍ରମଣ ଯୋଗୁଁ ସାରାବିଶ୍ୱରେ ଏବେ କ୍ରୀଡ଼ା ପ୍ରତିଯୋଗିତା ବନ୍ଦରହିଛି। କିଛିଦେଶରେ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିଲେ ହେଁ ଷ୍ଟାଡିୟମ୍‍କୁ ଦର୍ଶକ ଯାଉନାହାନ୍ତି। ବିଶ୍ୱରୁ ଏବେ କରୋନା ସଂକ୍ରମଣ ଯାଇନଥିଲେ ହେଁ କ୍ରିକେଟ୍‍ ଆରମ୍ଭ କରିବା କଥା ଚିନ୍ତାକଲାଣି ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)। ତେବେ ଆନ୍ତର୍ଜାତିକ କ୍ରିକେଟ୍‍ ମ୍ୟାଚ୍‍ ଆରମ୍ଭ କରିବା ପୂର୍ବରୁ ଆଇସିସି ଖେଳାଳିଙ୍କୁ ପ୍ରସ୍ତୁତି ପାଇଁ କିଛି ସମୟ ଦେବାକୁ ଘୋଷଣା କରିଛି। ବିଶେଷକରି ଟେଷ୍ଟମ୍ୟାଚ୍‍ ଖେଳିବା ପୂର୍ବରୁ ଫାଷ୍ଟବୋଲରଙ୍କୁ ପ୍ରସ୍ତୁତି ପାଇଁ ୨ରୁ ୩ ମାସ ଆବଶ୍ୟକ ବୋଲି ଆଇସିସି କହିଛି।

କୋଭିଡ୍‍-୧୯ ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚରୁ ବିଶ୍ୱର ଅଧିକାଂଶ ଦେଶ ଲକ୍‍ଡାଉନ୍‍ ଘୋଷଣା କରିଛନ୍ତି। ଫଳରେ ଆନ୍ତର୍ଜାତିକ କ୍ରିକେଟର ଘରୁ ବାହାରି ନାହାନ୍ତି। କିଛି ଦେଶ ଲକ୍‍ଡାଉନ୍‍ ପରେ କ୍ରିକେଟ୍‍ର ପ୍ରତ୍ୟାବର୍ତ୍ତନ ପାଇଁ କିଛି ନିୟମାବଳୀ ପ୍ରଣୟନ କରିବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ଇଂଲଣ୍ଡର କ୍ରିକେଟର ବ୍ୟକ୍ତିଗତ ଭାବେ ଅଭ୍ୟାସ ଆରମ୍ଭ କରିଛନ୍ତି। ଜୁଲାଇରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଖେଳି ଏହା ଆନ୍ତର୍ଜାତିକ କ୍ରିକେଟ୍‍କୁ ଫେରିବ ବୋଲି ଇଂଲଣ୍ଡ କ୍ରିକେଟ୍‍ ଦଳ ଆଶାରଖିଛି। ପାକିସ୍ତାନ କ୍ରିକେଟ୍‍ ଦଳ ମଧ୍ୟ ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ଯିବାର ଅଛି। ଏହି ଗସ୍ତରେ ଘରୋଇ ଇଂଲଣ୍ଡ ସହ ପାକିସ୍ତାନ ୩ଟି ଟେଷ୍ଟମ୍ୟାଚ୍‍ର ସିରିଜ୍‍ ଖେଳିବା ପରେ ସମାନ ସଂଖ୍ୟକ ଟ୍ୱେଣ୍ଟି୨୦ ମ୍ୟାଚ୍‍ର ସିରିଜ୍‍ ଖେଳିବାର କାର୍ୟ୍ୟକ୍ରମ ରହିଛି। ତେବେ ସମସ୍ତ ମ୍ୟାଚ୍‍ ଖାଲି ଷ୍ଟାଡିୟମ୍‍ରେ ଖେଳାଯିବ ବୋଲି ଇଂଲଣ୍ଡ କ୍ରିକେଟ୍‍ ବୋର୍ଡ ସୂତ୍ରରୁ ପ୍ରକାଶ।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories