www.samajalive.in
Friday, December 12, 2025
19.1 C
Bhubaneswar

ଜୁନ୍ ୧୮ ସୁଦ୍ଧା ଓଡ଼ିଶାରେ ମୌସୁମି

ଭୁବନେଶ୍ବର: ଚଳିତ ବର୍ଷ ଠିକ୍ ସମୟରେ ମୌସୁମି ବାୟୁ ରାଜ୍ୟରେ ପ୍ରବେଶ କରିବ। ଏହି ବର୍ଷ ମୌସୁମି ବର୍ଷା ରାଜ୍ୟ କୃଷି ପାଇଁ ଅନୁକୂଳ ରହିବ। ଜୁନ୍ ମାସ ୧୫ରୁ ୧୮ ତାରିଖ ସୁଦ୍ଧା ଓଡ଼ିଶା ମଧ୍ୟକୁ ମୌସୁମି ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆମ ରାଜ୍ୟରେ ୬୫% ଜମି ଅଣ ଜଳସେଚିତ ହୋଇଥିବାରୁ ଓଡ଼ିଶା କୃଷି ଉପରେ ମୌସୁମି ବର୍ଷାର ଯଥେଷ୍ଟ ପ୍ରଭାବ ରହିଥାଏ। ତେଣୁ ମୌସୁମିର ଆଗମନ ରାଜ୍ୟ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଚଳିତ ବର୍ଷ ମେ ୨୮ରୁ ଜୁନ୍ ୫ ତାରିଖ ମଧ୍ୟରେ କେରଳକୁ ମୌସୁମି ଆସିବା ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି। ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ମେ’ ୨୮ ସୁଦ୍ଧା ମୌସୁମି ଆଗମନର ସର୍ବନିମ୍ନ ଆବଶ୍ୟକ ବର୍ଷା କେରଳରେ ହେବାର ସମ୍ଭାବନା ଅଛି।

ମୌସୁମିର ପ୍ରବେଶ ପାଇଁ ବିଷୁବ ରେଖା ଦେଇ ଭାରତ ମହାସାଗରକୁ ଆସୁଥିବା ପବନ, ମେଘ ଓ ଆରବ ସାଗରରେ ପରିସ୍ଥିତି ଅନୁକୂଳ ହେବାରେ ଲାଗିଛି। ଜୁନ୍ ପ୍ରଥମ ସପ୍ତାହରେ ଏହା ଆରବ ସାଗରକୁ ସମ୍ପୂର୍ଣ୍ଣ ଭାବେ ଅତିକ୍ରମ କରିବ। ଜୁନ୍ ୮ ସୁଦ୍ଧା କେରଳ ସମେତ କର୍ଣ୍ଣାଟକ, ମହାରାଷ୍ଟ୍ରର କେତେକ ସ୍ଥାନରେ ପହଞ୍ଚିବାର ସମ୍ଭାବନା ରହିଛି। ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ ତାମିଲନାଡ଼ୁରେ ମଧ୍ୟ ମୌସୁମି ବର୍ଷା ହୋଇଯାଇଥିବ। ତେବେ ବଙ୍ଗୋପସାଗରରେ ମୌସୁମି ବାୟୁ ମନ୍ଥର ଗତିରେ ଯିବାର ସମ୍ଭାବନା ରହିଛି। ଏପରିସ୍ଥଳେ ଓଡ଼ିଶାରେ ଜୁନ୍ ୧୫ ଓ ୧୮ ସୁଦ୍ଧା ମୌସୁମି ବର୍ଷାର ପ୍ରବେଶ କରିବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଓଡ଼ିଶାରେ ମୌସୁମି ପହଞ୍ଚିବା ପାଇଁ ଜୁନ୍ ୧୧ରୁ ୧୫ ହେଉଛି ସ୍ବାଭାବିକ ସମୟ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories