www.samajalive.in
Friday, December 12, 2025
19.1 C
Bhubaneswar

ତିନି ଦିନ ଅସହ୍ୟ ତାତି

ଭୁବନେଶ୍ବର: ଉପକୂଳକୁ ଛାଡ଼ିଦେଲେ ସାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅସମ୍ଭାଳ ଗତିରେ ବଢ଼ିଚାଲିଛି ତାତି। ସାରା ରାଜ୍ୟରେ ନିଆଁ ବର୍ଷୁଛି। ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆଗାମୀ ୭୨ ଘଣ୍ଟା ପ୍ରଚଣ୍ଡ ତାତି ଅନୁଭୂତ ହେବାର ଆଶଙ୍କା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ସତର୍କ ସୂଚନା( ‘ହିଟ ୱେଭ ୱାର୍ନିଂ) ଜାରି କରାଯାଇଛି। ଗତକାଲି ଟିଟିଲାଗଡ଼ ସବୁଠୁ ତତଲା ରହିଛି। ଏଠାରେ ପାରଦ ୪୫.୫ଡ଼ିଗ୍ରୀ ସେଲସିୟସ ସହ ରାଜ୍ୟର ସବୁଠୁ ଅଧିକ ତାତି ଅନୁଭୂତ ହେଉଛି। ଟିଟିଲାଗଡ଼ ତଳକୁ ରହିଛି ଭବାନୀପାଟଣା। ଏଠାରେ ପାରଦ ୪୪ଡ଼ିଗ୍ରୀ ଉପରେ ଥିବାବେଳେ ତାଳଚେର, ବଲାଙ୍ଗୀର, ମାଲକାନଗିରିରେ ୪୩ଡ଼ିଗ୍ରୀ ଉପରେ ରହିଛି।

ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, ହୀରାକୁଦ, ସୋନପୁର, ପାରଳାଖେମୁଣ୍ଡିରେ ୪୨ଡ଼ିଗ୍ରୀ ଉପରେ ଥିବାବେଳେ ଫୁଲବାଣୀ ଓ ଅନୁଗୋଳରେ ୪୧ଡ଼ିଗ୍ରୀ ଉପରେ ରହିଛି। ରାଜ୍ୟର ୧୩ଟି ସ୍ଥାନରେ ପାରଦ ୪୦ଡ଼ିଗ୍ରୀ ଉପରେ ଏବଂ ୧୧ଟି ସ୍ଥାନରେ ୪୨ଡ଼ିଗ୍ରୀ ଉପ​ରେ ରହିଛି। ପାଞ୍ଚଟି ସହରରେ ୪୩ଡ଼ିଗ୍ରୀ ଉପରେ ରହିଛି। ସୁନ୍ଦରଗଡ଼ରେ ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି। ତେବେ ଉପକୂଳରେ ୪୦ଡ଼ିଗ୍ରୀ ତଳେ ରହିଥିଲେ ବି ପ୍ରଚଣ୍ଡ ଗୁଳୁଗୁଳି ଲାଗିରହିଛି।

- Advertisement -

ଆଜିଠାରୁ ୭୨ଘଣ୍ଟା ପର୍ୟ୍ୟନ୍ତ ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି ହୋଇଛି। ବିଶେଷ କରି ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ ଓ ଅନୁଗୋଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅସମ୍ଭାଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶିଶୁ, ବିଭିନ୍ନ ରୋଗରେ ଆକ୍ରାନ୍ତ ବରିଷ୍ଠ ନାଗରିକ ଖରା ସମୟରେ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ବଢ଼ିବା ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ଡ଼ିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories