www.samajalive.in
Saturday, December 13, 2025
27.1 C
Bhubaneswar

ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ସଂପର୍କରେ କେନ୍ଦ୍ର ନିଷ୍ପତ୍ତି ନେବ : ରିଜିଜୁ

ନୂଆଦିଲ୍ଲୀ: ଭାରତରେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସଂପର୍କରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି ଶନିବାର ସ୍ପଷ୍ଟ କରି ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରିଜିଜୁ କହିଥିଲେ ନିକଟ ଭବିଷ୍ୟତରେ ଭାରତରେ କୌଣସି ପ୍ରକାର ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ସମ୍ଭାବନା ନାହିଁ। କିଛିମାସ ପରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ​ହେଲେ ମଧ୍ୟ ଦର୍ଶକଙ୍କୁ ଷ୍ଟାଡ଼ିୟମ ମଧ୍ୟକୁ ଛଡ଼ାଯିବା ସମ୍ଭବପର ହୋଇନପାରେ। କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଫାଙ୍କା ଷ୍ଟାଡ଼ିୟମରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଦର୍ଶକ ଓ କ୍ରୀଡ଼ାବିତ୍‌ଙ୍କୁ ଗ୍ରହଣ କରିବାକୁ ପଡ଼ିବ।

ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ୍‌ସ ବିନା ବାଧାରେ ଆୟୋଜିତ ହୋଇପାରିବ ବୋଲି ରିଜିଜୁ ଆଶାବ୍ୟକ୍ତ କରିଛନ୍ତି। ସେତେବେଳକୁ କରୋନା ସଂକ୍ରମଣଜନିତ ପରିସ୍ଥିତିରେ ନିଶ୍ଚିତ ଭାବେ ଉନ୍ନତି ଆସିଥିବ ବୋଲି ରିଜିଜୁ ମତ ଦେଇଛନ୍ତି। ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ କ୍ରୀଡ଼ାବିତ୍‌ ପୂର୍ବ ଅଲିମ୍ପିକ୍‌ସ ଅପେକ୍ଷା ଭଲ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories