www.samajalive.in
Sunday, December 7, 2025
23.1 C
Bhubaneswar

ଅମ୍ଫନ ପରେ ରାଜ୍ୟରେ ତାତିର କମ୍ପନ

ଭୁବନେଶ୍ଵର : ସାମୁଦ୍ରିକ ଝଡ଼ ଅମ୍ଫନ ରାଜ୍ୟରେ ବଢିବାରେ ଲାଗିଛି ତାତି । ଓଡିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଅନେକ ସ୍ଥାନ ପ୍ରବଳ ଉତ୍ତାପ ସାଙ୍ଗକୁ ଝାଞ୍ଜି ପବନ ଅନୁଭୂତ ହୋଇଛି । ଗତକାଲି ଅର୍ଥାତ ଶୁକ୍ରବା ରାଜ୍ୟର ୧୧ ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ ହୋଇଥିଲା ।

ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ଜିଲ୍ଲାମାନଙ୍କରେ ସର୍ବାଧିକ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି ଏବଂ ଏହା ପରେ ଆଉ ଉତ୍ତାପ ବଢିନପାରେ ବୋଲି ପାଣିପାଗ ବିଭାଗ କହିଛି। ସେହିଭଳି ଆଭ୍ୟନ୍ତରୀଣ ଓଡିଶାର କେତେକ ଅଞ୍ଚଳରେ ଏହା ୪୦ ଡିଗ୍ରୀ ସେଲସିୟସ କିମ୍ବା ତା ଠାରୁ ଅଧିକ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

- Advertisement -

ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଗତକାଲି ଅର୍ଥାତ ଶୁକ୍ରବାର ପଶ୍ଚିମ ଓଡିଶାର ଟିଟଲାଗଡରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା ୪୪.୫ ଡିଗ୍ରୀ ସେଲସିୟସ ଏବଂ ବାଲାଙ୍ଗୀର ୪୪ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିଲା । ସେହିଭଳି ତାଳଚେରରେ ସର୍ବାଧିକ ଦିନର ତାପମାତ୍ରା ୪୩.୧ ଡିଗ୍ରୀ ସେଲସିୟସକୁ ଛୁଇଁଥିବାବେଳେ ମାଲକାନଗିରି ୪୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଝାରସୁଗୁଡା ଏବଂ ସମ୍ବଲପୁର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସୋନେପୁର ୪୧.୮ ଡିଗ୍ରୀ ସେଲସିୟସରେ ଥିବା ବେଳେ ଫୁଲବାଣୀ ଏବଂ ପାରଳାଖେମୁଣ୍ଡି ଆଦି ସ୍ଥାନରେ ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱର ୩୫.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ କଟକ ୩୫.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

 

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories