ଏକାଠି ଯୋଗ କଲେ ଭାରତ-ଚୀନ ସୈନିକ

0

ନୂଆଦିଲ୍ଲୀ : ଦ୍ୱିପାକ୍ଷିକ ଉତ୍ତେଜନାକୁ ଭୁଲି ଭାରତ ଓ ଚୀନ ସୈନିକ ଗୁରୁବାର ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଏକତ୍ର ଯୋଗାଭ୍ୟାସ କରିଛନ୍ତି। ପୂର୍ବ ଲଦାଖର ଦୈଲତ ବେଗ ଓଲଡିର ବର୍ଡର ପର୍ସନେଲ ମିଟିଂ ପଏଣ୍ଟ (ବିଏମପି) ଉଭୟ ଦେଶର ସୈନିକ ଏକତ୍ର ଯୋଗାଭ୍ୟାସ କରିଥିଲେ। ମିଳିତ ଯୋଗାଭ୍ୟାସରେ ଲେପ୍ଟନାଣ୍ଟ କର୍ଣ୍ଣେଲ ଲି ମିଙ୍ଗ ଜୁଙ୍କ ନେତୃତ୍ୱରେ ପିପୁଲସ୍‍ ଲିବରେସନ ଆର୍ମି (ପିଏଲଏ)ର ୨୦ଜଣ ସଦସ୍ୟ ଭାଗ ନେଇଥିଲେ। ସେହିପରି ଭାରତର କର୍ଣ୍ଣେଲ ଅନିଲ ଶର୍ମାଙ୍କ ନେତୃତ୍ୱ ୧/୯ ଗୁର୍ଖା ରାଇଫଲସ ସୈନିକମାନେ ଭାଗ ନେଇଥିଲେ।

Leave A Reply