ବାଲେଶ୍ୱର : ଗୁରୁବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଅପରେସନ ଥିଏଟର(ଓଟି)ରେ ଡାକ୍ତର ଗିରିଜାଶଙ୍କର ଦାସ ଅଚେତ ହୋଇଯାଇଥିଲେ। ଚିକିତ୍ସାଳୟରେ ଏକ ପ୍ରସୂତିଙ୍କୁ ଅସ୍ତ୍ରୋପଚାର କରିବା ସମୟରେ ଡାକ୍ତର ଜଣକ ନିଜେ ଅଚେତ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଥିବା ନର୍ସ ଓ କମ୍ପାଉଣ୍ଡର ତାଙ୍କୁ ବାହାରକୁ ଆଣିଥିଲେ। ଉଚ୍ଚ ରକ୍ତଚାପ ଥିବା ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ଗିରିଜାଶଙ୍କରଙ୍କୁ ଚିକିତ୍ସା କରିବା ପରେ ସେ ସୁସ୍ଥ ଥିବା ସୂଚନା ମିଳିଛି।
Popular Categories



