www.samajalive.in
Monday, December 15, 2025
14.1 C
Bhubaneswar

କେନ୍ଦୁଝରରେ ଆଉ ୪କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା

କେନ୍ଦୁଝରଗଡ : ରାଜ୍ୟକୁ ପ୍ରବାସୀ ଫେରିବା ପରଠାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବେଶ୍‍ ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ ଆଉ ୯୧ଜଣ କରୋନା ପଜିଟିଭ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏଥିରୁ କେନ୍ଦୁଝର ଜିଲାରେ ୪ ନୂତନ କରୋନା ପଜିଟିଭ ହୋଇଥିବା ବେଳେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ନୂତନ ଚିହ୍ନଟ ହୋଇଥିବା ସମସ୍ତ ୪ଜଣ ପ୍ରବାସୀ ହୋଇଥିବା ବେଳେ ସେଥି ମଧ୍ୟରୁ ହାଟଡିହିର ୨ଜଣ, ଘସିପୁରା ବ୍ଲକରୁ ଜଣେ  ଓ ବଡବିଲ ପୌରାଞ୍ଚଳରୁ ଜଣେ ବୋଲି ଜଣାପଡିଛି ।

ଚିହ୍ନଟ ହୋଇଥିବା ସମସ୍ତ ୪ଜଣ ଆକ୍ରାନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ପରବର୍ତ୍ତି ସମୟରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବିଶେଷସୂତ୍ରରୁ ଜଣାପଡିଛି। ଏତଦ୍‍ବ୍ୟତୀତ ପଜିଟିଭ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଅଞ୍ଚଳରେ ମେଡିକାଲ ଟିମ୍‍ ପହଞ୍ଚି ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ବିଷୟରେ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଜିଲାର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କଣ୍ଟେନମେଣ୍ଟ ଜୋନ ଘୋଷଣା ସହ ୧୪୪ ଧାରା ଜାରି କରାଯାଇଥିବାରୁ ଉକ୍ତ କେନ୍ଦ୍ରମାନଙ୍କୁ ସାଧାରଣ ଲୋକ କିମ୍ବା ଅନୁମତି ନଥିବା କୌଣସି ବ୍ୟକ୍ତି ନଯିବାକୁ ଜିଲାପାଳ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ‘କୋଭିଡ-୧୯’ ପରୀପ୍ରେକ୍ଷୀରେ ଜିଲାକୁ ଫେରିବା ପାଇଁ ମୋଟ ୫୧ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ପଞ୍ଜିକରଣ କରିଥିବା ବେଳେ ରବିିବାର ପୂର୍ବାହ୍ନ ୧୦ଟା ସୁଦ୍ଧା ଜିଲାକୁ ମୋଟ ୨୫୬୬ଜଣ ପ୍ରବାସୀ ଫେରି ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଭର୍ତ୍ତି ହୋଇଛନ୍ତି। ଶନିବାର ସୁଦ୍ଧା ଜିଲାକୁ ମୋଟ ୨୪୯୯ଜଣ ପ୍ରବାସୀ ଫେରିଥିବା ବେଳେ ରବିବାର ପୂର୍ବାହ୍ନ ୧୦ଟା ସୁଦ୍ଧା ୬୭ଜଣଙ୍କୁ ମିଶାଇ ମୋଟ ୨୫୬୬ଜଣ ପ୍ରବାସୀ ଫେରିଥିବା ବିଶେଷସୂତ୍ରରୁ ଜଣାପଡିଛି । ସେହିଭଳି ପ୍ରବାସୀ ଓ ଜିଲାର ସନ୍ଦିଗ୍ଧଙ୍କୁ ମିଶାଇ ମୋଟ ପ୍ରାୟ ୩ହଜାର ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇ ସାରିଥିବା ବେଳେ ରବିବାର ସୁଦ୍ଧା ପହଞ୍ଚିଥିବା ରିପୋର୍ଟ ମଧ୍ୟରୁ ୮ଜଣ ପଜିଟିଭ ଚିହ୍ନଟ ହୋଇଥିବା ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories