ଜମିରେ ଜଳ ପାଇଁ କାଟିଲେ ପାହାଡ

0

କେନ୍ଦୁଝର : ବଣ, ପାହାଡ଼ଘେରା କେନ୍ଦୁଝର ଜିଲା ଅନ୍ତର୍ଗତ ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ତଳବୈତରଣୀ ଗ୍ରାମର ଦୈତାରୀ ନାଏକ। ପାଣି ପାଇଁ ବାରମ୍ବାର ଗ୍ରାମବାସୀଙ୍କ ସହ ସରକାରୀ କଳ ଏବଂ ରାଜନେତାଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର କୌଣସି ପଦାଧିକାରୀ
ଗ୍ରାମବାସୀଙ୍କ ଦାବି ପ୍ରତି ସାମାନ୍ୟତମ ଦୃଷ୍ଟି ଦେଲେନି। ଚାଷଠୁ ଦୈନନ୍ଦିନ ବ୍ୟବହାର ପାଇଁ ଆବଶ୍ୟକ ଜଳ ସଂକଟର ସମାଧାନ ହେଲାନି। ଦୃଢ଼ମନା ଦୈତାରୀ ଶେଷରେ ଅଣ୍ଟାଭିଡ଼ିଲେ। ପ୍ରତିଦିନ କିଛି କିଛି ସମୟ ଗୁପ୍ତଗଙ୍ଗାରୁ ବାହାରିଥିବା କରତକଟା ନଦୀର ପାଣି ବେଲମୂଳ ପାହାଡ଼ କାଟି ଚାଲିଲେ। ଦୀର୍ଘ ୫ ବର୍ଷର କଠିନ ପରିଶ୍ରମ ପରେ ଦୈତାରୀ ଗାଁ ମୁଣ୍ଡରେ ପହଞ୍ଚାଇଛନ୍ତି କରତକଟା ନଈର ପାଣି। ଚାଷୀଙ୍କ ଏହି ଉଦ୍ୟମରୁ ପ୍ରଶାସନ କିଛି ଶିଖିବା କଥା।
ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲା ଅନ୍ତର୍ଗତ ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ତଳବୈତରଣୀ ଗ୍ରାମର ନାଦୁର ନାୟକଙ୍କ ପୁଅ ଦୈତାରୀ ପିଲାବେଳୁ ଏକଜିଦିଆ ସ୍ୱଭାବର। ସେ ଯାହା ନିଷ୍ପତ୍ତି ନିଅନ୍ତି, କାହାର ସାହାଯ୍ୟ ମିଳୁ ଅଥବା ନମିଳୁ, ସେ ନିଜେ ଏକାକୀ କାନ୍ଧ ଲଗାଇ କାମକୁ ସମ୍ପୂର୍ଣ୍ଣ କରିନେଇଥାନ୍ତି। ଆଜି ପରିଣତ ବୟସରେ ପହଞ୍ଚିଥିଲେ ବି ନିଜ ଗ୍ରାମ ତଳବୈତରଣୀରେ ଦୀର୍ଘଦିନ ଧରି ଲାଗି ରହିଥିବା ପାଣି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀଙ୍କ ସହ ବହୁବାର ବ୍ଲକ ତଥା ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ବିଫଳ ହେବାପରେ ଶେଷରେ ଏହି ଗ୍ରାମବାସୀଙ୍କୁ ପାଣି ନମିଳିଲେ ଭୋଟ ବର୍ଜ୍ଜନ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏଥିନେଇ ଆଗୁଆ ବ୍ଲକ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ଅବଗତ କରିଥିଲେ। ଏତେସବୁ କଠୋର ନିଷ୍ପତ୍ତି ସତ୍ତ୍ବେ ତଳବୈତରଣୀବାସୀଙ୍କ ଭାଗ୍ୟୋଦୟ ହୋଇ ନଥିଲା। ଫଳରେ ଏ ସଂକ୍ରାନ୍ତରେ କ୍ରମାଗତ ଭାବେ ଚିନ୍ତିତ ଦୈତାରୀ କିଛି ନୂଆ ଯୋଜନା କରି ଗ୍ରାମକୁ ପାଣି ଆଣିବା ଲକ୍ଷ୍ୟରେ ଲାଗିପଡ଼ିଲେ। ଶେଷରେ ସମାଧାନର ସୂତ୍ର ବାହାର କଲେ। ଯେତେ ପରିଶ୍ରମ ପଡ଼ୁ ପଛେ, ଯେତେ ସମୟ ଲାଗୁ, ନିଜସ୍ୱ ଉଦ୍ୟମ ବଳରେ ପାହାଡ଼ କାଟି ପାଣି ନେବାପାଇଁ ବଜ୍ର ଶପଥ ନେଲେ। ସତକୁ ସତ ସେଇଆ ହେଲା। ଦୀର୍ଘ ୫ ବର୍ଷର କଠିନ ପରିଶ୍ରମ ବଳରେ ଗୁପ୍ତଗଙ୍ଗାରୁ ବାହାରିଥିବା କରତକଟା ନଈଏକ ଧାରରୁ ପାଣି ନେବା ପାଇଁ ବେଲମୂଳ ପାହାଡ଼ର ପଥର କାଟିବା ଆରମ୍ଭ କରିଥିଲେ।
୨୦୧୩ ମସିହାରେ ବେଲମୂଳ ପାହାଡ଼ର ଏହି ଅଂଶକୁ ପ୍ରଥମେ ଦୈତାରୀ ଛେଣି ଓ ହାତୁଡ଼ିରେ କାଟିବା ଆରମ୍ଭ କରିଥିଲେ। ଏହି କାମରେ ତାଙ୍କୁ ପ୍ରାଥମିକ ପର୍ୟ୍ୟାୟରେ ତାଙ୍କର ଭାଇ କ୍ଷେତ୍ରବାସୀ ନାୟକ, ଗୋପାଳ ନାୟକ, ମାୟାଧର ନାୟକ ଏବଂ ପୁତୁରା ଶିବ ନାୟକ ଓ ଶୁକଦେବ ନାୟକ ସାହାଯ୍ୟ କରିଥିଲେ। ପ୍ରତିଦିନ ସକାଳୁ ଉଠିବା ପରେ ଦିନ ୧୦ଟା ପର୍ୟ୍ୟନ୍ତ ସେ ପାହାଡ଼କୁ ଆସି ତାଙ୍କର ପାହାଡ଼ ଖୋଳା କାର୍ୟ୍ୟ ଆରମ୍ଭ କରିଥାନ୍ତି। ଏହି ପାହାଡ଼ ଖୋଳା ସମୟରେ ସେ ବିଭିନ୍ନ ସମୟରେ ଜଙ୍ଗଲି ଜନ୍ତୁଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଥିବା କହିଛନ୍ତି। ଦୈତାରୀଙ୍କ ଏହି ମହତ କାମ ଯୋଗୁଁ ଗୋନାସିକା ପଞ୍ଚାୟତର ତଳବୈତରଣୀ, ତଳବାରୁଡ଼ା, କେରକେଟା ସାହି, ଜନ୍ତାରୀ ଏବଂ ତଳରାଇଡ଼ିଆ ଆଦି ଗ୍ରାମର ପ୍ରାୟ ୨ଶହ ଏକର ଜମି ଶସ୍ୟ ଶ୍ୟାମଳା ହୋଇପାରିବ ବୋଲି ଅନୁମାନ କରାଯାଉଛି। ତେବେ ଦୈତାରୀ ଖୋଳିଥିବା ନାଳକୁ ଯଦି ରକ୍ଷଣାବେକ୍ଷଣ କରା

Leave A Reply