www.samajalive.in
Monday, December 15, 2025
27.1 C
Bhubaneswar

୧୭ରୁ ବିମାନସେବା

ନୂଆଦିଲ୍ଲୀ : ରେଳ ସେବା ପରେ ଏବେ ବିମାନ ସେବା ଆରମ୍ଭ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମେ’ ୧୭ରୁ ପର୍ଯ୍ୟାୟକ୍ରମେ ବିମାନ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ଏଥିନେଇ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏବଂ ବେସାମରିକ ବିମାନ ମହାନିର୍ଦେଶାଳୟ ଅଧିକାରୀମାନେ ବିଭିନ୍ନ ବିମାନ ବନ୍ଦର ଗସ୍ତ କରି ବାଣିଜ୍ୟିକ ବିମାନଗୁଡିକର ଚୂଡାନ୍ତ ପ୍ରସ୍ତୁତି ତଦାରଖ କରିଛନ୍ତି। ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୫% ସେକ୍ଟରରେ ବିମାନ ଚଳାଚଳ କରିବ। କମ୍‌ ଦୂର ଯାତ୍ରା ନିମନ୍ତେ କ୍ୟାଟରିଂ ବ୍ୟବସ୍ଥା ଉପଲବ୍ଧ ନ କରିବାକୁ ପ୍ରସ୍ତାବ ରହିଛି। ବିମାନ ଯାତ୍ରୀମାନଙ୍କୁ ସରକାରଙ୍କ ଆରୋଗ୍ୟ ସେତୁ ଆପ ନିଜ ମୋବାଇଲ ଫୋନରେ ଡାୁନଲୋଡ କରିବାକୁ ପଡିବ। କିନ୍ତୁ ଟ୍ରେନ ଯାତ୍ରୀମାନେ ସ୍ଵେଚ୍ଛାକୃତ ଭାବେ ଏହି ଆପ ଡାଉନଲୋଡ କରିବେ।
ସାଧାରଣ ତଥା ଦ୍ବିତୀୟ ଶ୍ରେଣୀ ଟ୍ରେନଯାତ୍ରୀଙ୍କ ନିକଟରେ ସ୍ମାର୍ଟ ଫୋନ ନ ଥିବା ଘଟଣାକୁ ଦୃଷ୍ଟିରେ ରଖି ଏହି ପ୍ରାବଧାନ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବଇ ଏବଂ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ଡିଜିସିଏ ପକ୍ଷରୁ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ଏବଂ ମାର୍ଚ୍ଚ ୨୪ରୁ ଘରୋଇ ବିମାନସେବା ବନ୍ଦ ରହିଥିଲା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories