ଜାମ୍ମୁ କାଶ୍ମୀର ରାଜ୍ୟପାଳ ଭୋରାଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ରାଜ୍ୟପାଳ ଭାବେ ୨୦୦୮ ଜୁନ୍‍ରେ ଦାୟିତ୍ୱ ଗ୍ରହଣ କରିଥିବା ଏନ୍‍. ଏନ୍‍. ଭୋରାଙ୍କର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳ ଜୁନ୍‍ ୨୭ରେ ଶେଷ ହେବାକୁ ଯାଉଛି। ଏହା ପରେ ରାଜ୍ୟରେ ନୂତନ ରାଜ୍ୟପାଳଙ୍କୁ ଦାୟିତ୍ୱ ଦିଆଯିବା କଥା। ମାତ୍ର ଇତିମଧ୍ୟରେ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଥିବା ବେଳେ ଅନ୍ୟପଟେ ଦକ୍ଷିଣ କାଶ୍ମୀର ଦେଇ ପବିତ୍ର ଅମରନାଥ ଯାତ୍ରା ଜାରି ରହିଛି। ଅଗଷ୍ଟ ୨୬ରେ ଶେଷ ହେବାକୁ ଯାଉଥିବା ଏହି ଯାତ୍ରା ସମୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟପାଳ ଭାବେ ଭୋରା ହିଁ କେନ୍ଦ୍ର ସରକାରଙ୍କ ଶ୍ରେଷ୍ଠ ପସନ୍ଦ ହୋଇ ରହିଛନ୍ତି। ଏଣୁ କେନ୍ଦ୍ର ସରକାର ରାଜ୍ୟପାଳ ଭୋରାଙ୍କ କାର୍ଯ୍ୟକାଳ ଆଉ ୩ରୁ ୬ ମାସ ବୃଦ୍ଧି କରିବାର ସମ୍ଭାବନା ରହିଛି। ଅମରନାଥ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଭୋରା ନିଜ ପଦମର୍ଯ୍ୟାଦା ବଜାୟ ରଖିବେ ବୋଲି ବିଜେପିର ଜଣେ ବରିଷ୍ଠ ନେତା ସଙ୍କେତ ଦେଇଛନ୍ତି।

Leave A Reply