www.samajalive.in
Monday, December 15, 2025
16.1 C
Bhubaneswar

ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ୍ ଚିହ୍ନଟ

ମୁମ୍ବଇ : ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ୫ ଜଣ ଏୟାର ଇଣ୍ଡିଆ ପାଇଲଟ ଲକ୍‌ଡାଉନ୍ ଆରମ୍ଭ ସମୟରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ବିଭିନ୍ନ ସାମଗ୍ରୀ ନେଇ ଯାଉଛନ୍ତି । ଏହି ପାଇଲଟ୍ ମାନେ ମଧ୍ୟ  ଡାକ୍ତରୀ ଉପକରଣ ଆଣିବାକୁ ପଣ୍ୟବାହୀ ବିମାନଗୁଡ଼ିକ ନେଇ ବିଭିନ୍ନ ଦେଶକୁ ଯାତ୍ରା କରୁଛନ୍ତି । ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୫ ଜଣ ପାଇଲଟ  ବୋଇଙ୍ଗ୍ ୭୮୭ ଏପ୍ରିଲ୍ ୧୮ ତାରିଖଦିନ ଦିଲ୍ଲୀରୁ ଗୁଆଙ୍ଗ୍‌ଝୌ ଯାତ୍ରା କରିଥିଲା। ଏହାଛଡ଼ା ଏୟାର୍ ଇଣ୍ଡିଆ ସଙ୍ଘାଇ ଓ ହଂକଂକୁ ଡାକ୍ତରୀ ପଣ୍ୟବାହୀ ବିମାନ ମଧ୍ୟ ଚଳାଇଥିଲେ ଏହି ୫ ଜଣ ପାଇଲଟ ।


ଏହି ପାଞ୍ଚଜଣ ପାଇଲଟ୍ ଏବେ ମୁମ୍ବାଇରେ ଅଛନ୍ତି । ଏହି ୫ ଜଣ ପାଇଲଟ ମାନଙ୍କ ପାଖରେ କରୋନାଭାଇରସ୍ ସଂକ୍ରମଣର କୌଣସି ଲକ୍ଷଣ ପ୍ରକାଶ ପାଇ ନଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ପାଇଲଟ୍‌ ମାନେ ବିମାନ ଉଡ଼ାଇବାର ୭୨ ଘଣ୍ଟା ଆଗରୁ କରାଯାଉଥିବା ପ୍ରି-ଫ୍ଲାଇଟ୍ ଟେଷ୍ଟ୍‌ରେ ସେମାନେ କ‌ୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories