BJD Bijuli 480×75 Mob

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୩୦ ଆଫଗାନ ସୈନ୍ୟ ମୃତ

BJD Bijuli 480×75 Mob
0

କାବୁଲ : ପଶ୍ଚିମ ଆଫଗାନିସ୍ତାନର ବାଦ୍‍ଘିସ୍‍ ଅଞ୍ଚଳରେ ବୁଧବାର ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ଅନ୍ୟୁନ୍‍ ୩୦ ଜଣ ଆଫଗାନ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଇଦ୍‍ ପାଇଁ ତାଲିବାନ ଘୋଷଣା କରିଥିବା ଅସ୍ତ୍ରବିରତିର ଅନ୍ତ କରି ଏହି ବଡ଼ ଧରଣର ଆକ୍ରମଣ ଭିଆଇଛି। ଏହାସହ ବାଦ୍‍ଘିସ୍‍ ଅଞ୍ଚଳର ଏକ ସେନା ଶିବିରକୁ ତାଲିବାନ ଆତଙ୍କବାଦୀମାନେ କବ୍ଚା କରିନେଇଛନ୍ତି। ବାଦ୍‍ଘିସ୍‍ ପ୍ରଦେଶ ରାଜ୍ୟପାଳ ଅବଦୁଲ କଫୁର ମାଲିକଜାଇଙ୍କ କହିବା ଅନୁସାରେ ତାଲିବାନ ଆତଙ୍କବାଦୀମାନେ ବୁଧବାର ସକାଳେ ଦୁଇଟି ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ବାଦ୍‍ଘିସ୍‍ ପ୍ରଦେଶ ବାଲାମରେଘାବ୍‍ ଜିଲାସ୍ଥିତ ସେନା ଶିବିରକୁ ଘେରାଉ କରି ତାଲିବା ଆତଙ୍କବାଦୀମାନେ ପ୍ରବଳ ଗୁଳିଗୋଳା ମାଡ଼ କରିଥିଲେ। ଏଥିରେ ଅନ୍ୟୁନ୍‍ ୩୦ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ବାଦ୍‍ଘିସ୍‍ ପୁଲିସ୍‍ ମୁଖପାତ୍ର ନକିବଉଲ୍ଲା ଅମିନ୍‍ ପ୍ରକାଶ କରିଛନ୍ତି। ଅସ୍ତ୍ର ବିରତି ସମୟରେ ତାଲିବାନ ଆତଙ୍କବାଦୀମାନେ ଗୁପ୍ତଚର ପଠାଇ ଦୁଇ ସେନା ଶିବିର ଉପରେ ସମ୍ପୂର୍ଣ୍ଣ ତଥ୍ୟ ନେଇଥିଲେ। ଏହାପରେ ଆକ୍ରଣ ଯୋଜନାକୁ ରୂପରେଖ ଦେଇଥିଲେ ବୋଲି ପ୍ରଦେଶ ପରିଷଦ ଅଧ୍ୟକ୍ଷ ଅବଦୁଲ ଅଜିଜ ବେକ୍‍ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇଦ୍‍ ଉପଲକ୍ଷେ ତାଲିବାନ ଏବଂ ଆଫଗାନ ସରକାର ଅସ୍ତ୍ର ବିରତି ଘୋଷଣା କରିଥିଲେ। ଏହାପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନି ତାଲିବାନକୁ ଅସ୍ତ୍ର ବିରତି ଅବଧି ଆଉ କିଛି ଦିନ ବୃଦ୍ଧି କରିବାକୁ ନିବେଦନ କରିଥିଲେ। କିନ୍ତୁ ତାଲିବାନ ଅସ୍ତ୍ର ବିରତି ଅବଧି ବୃଦ୍ଧି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଇଦ୍‍ ପରେ ତାଲିବାନ ଆତଙ୍କବାଦୀ ଏହି ବଡ଼ଧରଣର ଆକ୍ରମଣ କରିଛନ୍ତି।

Leave A Reply