www.samajalive.in
Tuesday, December 9, 2025
26.1 C
Bhubaneswar

୧୬ ବର୍ଷ ବୟସରେ ମଞ୍ଚରେ ମହାଭାରତ ଟାଇଟଲ୍ ଟ୍ରାକ୍ ଗାଇଥିଲେ ସୋନୁ ନିଗମ୍, ଦେଖନ୍ତୁ ସେଦିନର ଭିଡିଓ

ଲକଡାଉନ୍ କାରଣରୁ ବଲିଉଡ ଗାୟକ ସୋନୁ ନିଗମ ବର୍ତ୍ତମାନ ଦୁବାଇରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ସୋସିଆଲ ମିଡିଆରେ ଥ୍ରୋବ୍ୟାକ୍ ଭିଡିଓ ସେୟାର କରୁଛନ୍ତି। ସୋନୁଙ୍କର ଏକ ନୂଆ ଭିଡିଓ ପ୍ରଶଂସକଙ୍କ ମଧ୍ୟରେ ପ୍ରଂସଶା ସାଉଁଟିଛି। ଏହି ଭିଡିଓରେ ୧୬ ବର୍ଷୀୟ ସୋନୁ ନିଗମ ବି.ଆର ଚୋପ୍ରାଙ୍କ ମହାଭାରତର ଟାଇଟଲ୍ ଗୀତ ଗାଇଥିବାର ଦେଖିବାକୁ ମିଳିଛି। ଏହି ଭିଡିଓରେ ବି.ଆର ଚୋପ୍ରା ଏବଂ ମୁକେଶ ଖାନ୍ନା ମଧ୍ୟ ଦେଖିବାକୁ ମିଳିଛି। ମହାଭାରତରେ ଭୀଷ୍ମ ପିତାମହ ଭୂମିକାରେ ମୁକେଶ ଖାନ୍ନା ଅଭିନୟ କରିଥିଲେ। ସୋନୁ ଏହି ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଛନ୍ତି।

- Advertisement -

୧୯୮୯ ମସିହା ସେପ୍ଟେମ୍ବର ୧୭ ତାରିଖରେ ଟକାଟୋରା ଇନ୍ଦୋର ଷ୍ଟାଡିୟମ୍ ରେ ହେଉଥିବା ଏକ ପୁରସ୍କାର କାର୍ଯ୍ୟକ୍ରମରେ ସୋନୁ ଏହି ପ୍ରଦର୍ଶନ କରିଥିଲେ। ଏହାର ଏକ ବର୍ଷ ପରେ ସୋନୁ ବଲିଉଡରେ ପ୍ରବେଶ କରି ଜନମ ଫିଲ୍ମ ପାଇଁ ଏକ ଗୀତ ଗାଇଥିଲେ। କିନ୍ତୁ ଏହି ଚଳଚ୍ଚିତ୍ର ରିଲିଜ୍ ହୋଇପାରିଲା ନାହିଁ। ଏହାର ଦୁଇ ବର୍ଷ ପରେ ୧୯୯୨ ରେ ସେ ବିଧିବଦ୍ଧ ଭାବେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ କିଛି ବର୍ଷ ମଧ୍ୟରେ ସେ ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟକ ଦୌଡରେ ନିଜକୁ ସାମିଲ କରିଥିଲେ।

ଅନ୍ୟପକ୍ଷରେ ମହାଭାରତ ବିଷୟରେ କହିବାକୁ ଗଲେ, କରୋନା ଲକଡାଉନ୍ ଯୋଗୁଁ ଏହି ଶୋ’କୁ ପୁନଃପ୍ରସାରଣ କରାଯାଉଛି। ରାମନନ୍ଦ ସାଗରଙ୍କ ରାମାୟଣ ପରେ ମହାଭାରତ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଲୋକପ୍ରିୟତା ସାଉଁଟୁଛି। ଉଭୟ ଶୋ’କୁ ଦୁରଦର୍ଶନରେ ପ୍ରସାରିତ କରାଯାଉଛି। ରାମାୟଣ ପରେ ଉତ୍ତର ରାମାୟଣ ମଧ୍ୟ ଦୁରଦର୍ଶନରେ ପ୍ରସାରଣ କରାଯାଇଛି। ଏହି ଶୋ ଶେଷ ହେବା ପରେ ଶ୍ରୀକୃଷ୍ଣ ଦୁରଦର୍ଶନରେ ପ୍ରସାରିତ ହେବ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories