ମୁମ୍ବଇ: କରୋନା ଲକ୍ଡାଉନ୍ ସମୟରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଅନେକ ପୁରୁଣା ଟିଭି ଶୋ’କୁ ପୁନଃ ପ୍ରସାରଣ କରାଯାଉଛି। ସେଥିମଧ୍ୟରୁ ରାମାୟଣ ଓ ମହାଭାରତ ଅଧିକ ଲୋକପ୍ରିୟ ହୋଇଛି। ଆଜି ଆମେ ଆପଣଙ୍କୁ ମହାଭାରତର ଦ୍ରୌପଦୀ ଭୂମିକା ବିଷୟରେ କିଛି ଅଜଣା କଥା କହିବୁ। ମହାଭାରତରେ ଦ୍ରୌପଦୀ ଭୂମିକାରେ ରୂପା ଗାଙ୍ଗୁଲି ଅଭିନୟ କରିଥିଲେ, ହେଲେ ଏହି ଭୂମିକା ପାଇଁ ପ୍ରଥମେ ଜୁହି ଚାଓ୍ଵଲାଙ୍କୁ ଚୟନ କରାଯାଇଥିଲା ଓ ଏହି ଅଫର୍ ଦିଆଯାଇଥିଲା। ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ଜୁହି ଏହି ଅଫରକୁ ମନା କରି ଦେଇଥିଲେ।
ସୂଚନା ଅନୁସାରେ, ଜୁହି ଚାଓ୍ଵାଲାଙ୍କ ପାଖରେ ସେହି ସମୟରେ ଅମିର ଖାନଙ୍କ ‘କୟାମତ ସେ କୟାମତ ତକ’ ଚଳଚ୍ଚିତ୍ର ପାଇଁ ମଧ୍ୟ ଅଫର୍ ଥିଲା। ତେଣୁ ସେ ଦୌପ୍ରଦୀ ଭୂମିକା ଛାଡ଼ି ଫିଲ୍ମ କରିବାକୁ ପସନ୍ଦ କରିଥିଲେ।
ଜୁହିଙ୍କ ପ୍ରତ୍ୟାଖାନ ପରେ ଏହି ଅଫର ରୂପା ଗାଙ୍ଗୁଲିଙ୍କୁ ମିଳିଥିଲା। ପରେ ସେ ଏହି ଭୂମିକାରେ ଜବରଦସ୍ତ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଏହାପରେ ସେ ଅଭିନୟ ଦୁନିଆରୁ ବିଦାୟ ନେଇ ରାଜନୀତିରେ ପ୍ରବେଶ କରିଥିଲେ।


