www.samajalive.in
Saturday, December 6, 2025
19.1 C
Bhubaneswar

ଶୁକ୍ରବାର ରାଶିଫଳ ୧୭। ୦୪। ୨୦୨୦

ମେଷ: କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ। ସ୍ବଳ୍ପ ଆୟ ହେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ର ଉଳମୟ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ କରଣୀୟ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବୃଷ: ଆଶାବାଦୀ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଦ୍ବନ୍ଦ୍ବିତାରେ ବିଜୟ ଲାଭ କରିବେ। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଧନକ୍ଷୟର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ; ମାତ୍ର ଉତ୍ତମ କଥାକାର ହେବେ। ସରକାରୀ ମାନ୍ୟତା ମିଳିପାରେ। ଯାନବାହନ ଚଳାଚଳରେ ସତର୍କ ହେବେ।
କର୍କଟ: ବୁଝି-ବିଚାରି କାର୍ଯ୍ୟ କଲେ ଶୁଭଫଳ ମିଳିବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଶୁଭକାର୍ଯ୍ୟ ପାଇଁ ଦିନଟି ପ୍ରଶସ୍ତ ରହିଛି। ଆନନ୍ଦ ଉପଭୋଗ କରିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।
ସିଂହ: କାର୍ଯ୍ୟ କଷ୍ଟସାଧ୍ୟ ହେଲେ ବି, ସଫଳତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
କନ୍ୟା: ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଶ୍ରମ ସାର୍ଥକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦୟାଳୁ ସ୍ବଭାବର ହେବେ।
ତୁଳା: ପରିଶ୍ରମ ଅଧିକ ହେବ; ମାତ୍ର ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଗର୍ବୀ ଓ ଶଙ୍କାହୀନ ହୋଇପାରନ୍ତି। କୃଷି କର୍ମରେ ମନ ଦେବେ। ଧନଭୋଗର ସୂଚନା ମିଳୁଛି। ବନ୍ଧୁ ଆଡ଼ ହୋଇ ଯାଇପାରନ୍ତି। ବାହୁରେ ପୀଡ଼ା ଉପୁଜିବ।
ବିଛା: ଉଚ୍ଚଆଶା ଫଳବତୀ ହେବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ କରିବା ପାଇଁ ମନ ବଳାଇ ପାରନ୍ତି। ଦିଅଁ ଦର୍ଶନର ସୁଯୋଗ ଅଛି। ବିଭାଗୀୟ ସ୍ତରରୁ ଲାଭବାନ୍‍ ହେବେ। ପ୍ରଭାବ ବିସ୍ତାର କରିବେ। ବିନୀତ ସ୍ବଭାବର ଓ ବିତ୍ତବାନ୍‍ ହେବେ।
ଧନୁ: ଭୟ-ଭ୍ରାନ୍ତି ଦୂର ହେବ। ଆକସ୍ମିକ ସମସ୍ୟା ଦେଖାଦେଇ ପାରେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଶୁଭକାର୍ଯ୍ୟ ବର୍ଜନୀୟ। ସରଳ ଓ ନିରାଡମ୍ବର ହେବେ।
ମକର: ଆୟ ପରିମାଣ ବୃଦ୍ଧି ପାଇବ। ସୁଚିନ୍ତିତ ମତ ବ୍ୟକ୍ତ କରି ଜନସାଧାରଣଙ୍କ ପ୍ରିୟଭାଜନ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବିନୀତ ସ୍ୱଭାବର ହେବେ। ବିତ୍ତବାନ୍‍ ହୋଇପାରନ୍ତି। ପ୍ରଭାବ ବିସ୍ତାର କରିବେ। ପତ୍ନୀଙ୍କ ଉପଦେଶ ମାନିବେ।
କୁମ୍ଭ: ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ମୂଲ୍ୟବାନ୍‍ ସମ୍ପଦର ଅଧିକାରୀ ହେବେ। ଖର୍ଚ୍ଚାନ୍ତ ଯୋଗ ଅଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ ହେବ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ କୃପା ଲାଭ କରିପାରନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories