www.samajalive.in
Saturday, December 6, 2025
16.1 C
Bhubaneswar

ଫିଲ୍ମ ଓ ସିରିଏଲ ପରେ ଆସୁଛି ‘ମହାଭାରତ’ ୱେବସିରିଜ୍‌; ସାମ୍ନାକୁ ଆସିଲା ଝଲକ୍‌

ମୁମ୍ବାଇ: ‘ମହାଭାରତ’ ଉପରେ ଚଳଚ୍ଚିତ୍ର, ଧାରାବାହିକ ପରେ ଏବେ ଆସୁଛି ୱେବସିରିଜ୍‌। ପ୍ରଯୋଜକ ମଧୁ ମଣ୍ଟେନା ମହାକାବ୍ୟ ମହାଭାରତ ଉପରେ ୱେବସିରିଜ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ସିରିଜ୍ ବହୁତ ବଡ଼ ଆକାରରେ ତିଆରି ହେବ, ଯାହାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଏବେ ଆମେରିକାର ଅନାହିମ୍ ସହରରେ D23 Expo ଆୟୋଜିତ ହେଉଛି, ଯେଉଁଥିରେ କି ଓଟିଟି ପ୍ଲାଟଫର୍ମ ଡିଜ୍ନୀ ପ୍ଲସ୍‌ ହଟଷ୍ଟାରର ଅନେକ ପ୍ରୋଜେକ୍ଟ ଘୋଷଣା କରାଯାଇଛି। ସେହି ପ୍ରୋଜେକ୍ଟଗୁଡ଼ିକ ମଧ୍ୟରେ ମହାଭାରତ ମଧ୍ୟ ସାମିଲ ଅଛି। ବଡ଼ ପରଦା ଏବଂ ଟିଭି ପରେ, ବର୍ତ୍ତମାନ ମହାଭାରତକୁ ଡିଜ୍ନୀ ପ୍ଲସ୍ ହଟଷ୍ଟାର ମାଧ୍ୟମରେ ଏକ ୱେବ୍ ସିରିଜ୍ ଭାବରେ ମଧ୍ୟ ଦେଖିବାକୁ ମିଳିବ।

- Advertisement -

ମହାଭାରତକୁ ନେଇ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ଏହାର ସ୍କ୍ରିପ୍ଟ, ସଂଳାପ ଇତ୍ୟାଦି ଲେଖାସରିଛି ଏବଂ କଳାକାରଙ୍କ ଅନୁସନ୍ଧାନ ଚାଲିଛି, ଯାହାକି ଶୀଘ୍ର ଶେଷ ହେବ। ବର୍ତ୍ତମାନ ଘୋଷଣା ସହିତ ଯେଉଁ ଫଟୋ ସାମ୍ନାକୁ ଆସିଛି, ତାହା ଅତ୍ୟନ୍ତ ଚମତ୍କାର ହୋଇଛି।

ମହାଭାରତ ୱେବ୍ ସିରିଜର ଏହି ଫଟୋ ଦେଖି ପ୍ରଶଂସକଙ୍କ ଉତ୍ସାହ ନିଶ୍ଚିତ ଭାବେ ବଢିଯିବ। ଏହାର ଭିଜୁଆଲ୍ ଦେଖି ଜଣାପଡ଼ୁଛି ଯେ, ଏହା ବହୁତ ବଡ ଆକାରରେ ତିଆରି ହେବ। ଡିଜ୍‌ନୀ ପ୍ଲସ୍ ହଟଷ୍ଟାର୍ ମାଧ୍ୟମରେ ମହାଭାରତ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଲୋକମାନେ ଏ ବିଷୟରେ ଜାଣିପାରିବେ, କାରଣ ଏହା ଏକ ବିଶ୍ୱସ୍ତରୀୟ ପ୍ରୋଜେକ୍ଟ ଭାବରେ ପ୍ରସ୍ତୁତ ହେବ।

ମହାଭାରତ ୱେବ୍ ସିରିଜର ଏହି ଫଟୋଗୁଡ଼ିକରେ ଯୁଦ୍ଧଠାରୁ ଆରମ୍ଭ କରି ମହାଭାରତ ଯୁଗର ପ୍ରାସାଦର ଭବ୍ୟତା ପର୍ଯ୍ୟନ୍ତ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ପ୍ରତ୍ୟେକ ଚିତ୍ରରେ ଥିବା ଦୃଶ୍ୟଗୁଡ଼ିକ ବହୁତ ଭଲ ଭାବରେ ଚିତ୍ରଣ ହୋଇଛି। ଫଟୋଗୁଡ଼ିକରେ ଜବରଦସ୍ତ ଭିଏଫଏକ୍ସ ଇଫେକ୍ଟ ଦେଖିବାକୁ ମିଳିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories