www.samajalive.in
Saturday, December 6, 2025
15.1 C
Bhubaneswar

ଛତିଶଗଡରେ ମର୍ମନ୍ତୁଦ ଦୁର୍ଘଟଣା ; ୭ ମୃତ

ରାୟପୁର : ଛତିଶଗଡର କୋରବା ଜିଲାର ମଡଇ ଘାଟ ନିକଟରେ ଏକ ଟ୍ରଲର-ବସ୍‍ ଧକ୍କା ହୋଇ ୭ ଜଣଙ୍କ ଜୀବନ ଚାଲିଯାଇଛି। ଆଜି ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଖବର ମିଳିଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ, କୋରବାର ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଏହି ଦୁର୍ଘଟଣା ବାଙ୍ଗୋ ଥାନା ଅନ୍ତର୍ଗତ ମଡଇ ଘାଟ ନିକଟରେ ଭୋର ୪ଟାରେ ହୋଇଛି। ଉକ୍ତ ବସ୍‍ଟି ରାୟପୁର ରୁ ସରଗୁନା ଜିଲାରୁ ଆସିଥିଲା। ବସ ଚାଳକ ଜଣକ ବିପରୀତ ଦିଗରୁ ଆସୁଥିବା କାର ସହ ଧକ୍କା ହେବାରୁ ରକ୍ଷା ପାଇବାକୁ ଯାଇ ରାସ୍ତାରେ ଠିଆ ହୋଇଥିବା ଟ୍ରଲର ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବସ ଚାଳକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories