www.samajalive.in
Saturday, December 6, 2025
15.1 C
Bhubaneswar

ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ ମାମଲିନି ବ୍ଲକ ଟପ୍ପର

ଜି ଉଦୟଗିରି : ସର୍ବ ଭାରତୀୟ ନୀଟ ପରୀକ୍ଷାରେ ୭୨୦ରୁ ୬୬୫ନମ୍ୱର ରଖି ଜି ଉଦୟଗିରି ବ୍ଲକରେ ଟପ୍ପର ହୋଇଛନ୍ତି ମାମାଲିନି ମହାନ୍ତି । ସବୁଜ ବଣ ପାହାଡ ଘେରା କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଜି ଉଦୟଗିରି ସରସ୍ଵତୀ ଶିଶୁ ମନ୍ଦିରରେ ୫ମ ପର୍ୟ୍ୟନ୍ତ ଅଧ୍ୟୟନ ପରେ ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଫୁଲବାଣୀ ଠାରେ ଅଧ୍ୟୟନ ସାରିବା ପରେ ମାମାଲିନି ସର୍ବ ଭାରତୀୟ ନୀଟ ପରୀକ୍ଷାରେ ଜି ଉଦୟଗିରି ବ୍ଲକରେ ଟପ୍ପର ହୋଇଛନ୍ତି । ଆଗାମୀ ଦିନରେ ସେ ଡାକ୍ତର ହୋଇ ଗ୍ରାମାଞ୍ଚଳରେ ରୋଗୀ ସେବା କରିବେ ବୋଲି  ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।  ପ୍ରକାଶ ଥାଉକି ବାପା ଜାନକୀ ବଲ୍ଲଭ ମହାନ୍ତି ଜଗତସିଂପୁର ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ୟ୍ୟ କରୁଥିବାବେଳେ ମାଆ ନିରୁପମା ଜେନା କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ବାଉଡ଼ିନାଯୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories