www.samajalive.in
Saturday, December 6, 2025
26.1 C
Bhubaneswar

୧୦୦ କୋଟି ବଜେଟରେ ନିର୍ମିତ ପ୍ରଥମ ଧାରାବାହିକ ଥିଲା ସିଦ୍ଧାର୍ଥ ତିୱାରୀଙ୍କ ‘ମହାଭାରତ’

ମୁମ୍ବଇ: ସିଦ୍ଧାର୍ଥ କୁମାର ତିୱାରୀଙ୍କ ନିର୍ଦ୍ଦେଶିତ ‘ମହାଭାରତ’ ଧାରାବାହିକ କାହାକୁ ଅବା ଭଲ ନ ଲାଗେ। ୨୦୧୩ରେ ଷ୍ଟାରପ୍ଲସରେ ପ୍ରସାରିତ ହୋଇଥିବା ଏହି ଧାରାବାହିକ ଦେଖିବା ପାଇଁ ଲୋକେ ନିଜ କାମ ଭୁଲି ଯାଉଥିଲେ। ଏହି ଲକ୍‍ଡାଉନ ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଏବେ ପୁନର୍ବାର ମଧ୍ୟ ଏହାକୁ ପ୍ରସାରିତ କରାଯାଉଛି। ତେବେ କ’ଣ ଆପଣ ଜାଣନ୍ତି, ସିଦ୍ଧାର୍ଥ ତିୱାରୀଙ୍କ ଏହି ‘ମହାଭାରତ’ ଭାରତୀୟ ଟେଲିଭିଜନର ସବୁଠାରୁ ଦାମୀ ଧାରାବାହିକ ଥିଲା। ୧୦୦ କୋଟି ବଜେଟରେ ତିଆରି ହୋଇଥିବା ଭାରତୀୟ ଟେଲିଭିଜନର ଏହା ପ୍ରଥମ ଶୋ’ ଥିଲା।

କେବଳ ସେତିକି ନୁହେଁ ୨୦୧୩ରେ ଦେଶର ଆଠଟି ସହରର ସପିଂ ମଲରେ ମହାଭାରତର ସଂଗ୍ରହାଳୟ ସ୍ଥାପନ କରାଯାଇଥିଲା। ଏହି ସଂଗ୍ରହାଳୟରେ ଲୋକମାନେ ସିରିଏଲରେ ଚରିତ୍ରମାନଙ୍କ ଦ୍ୱାରା ବ୍ୟବହୃତ ଅଳଙ୍କାର, ପୋଷାକ ଏବଂ ଉପକରଣଗୁଡ଼ିକୁ ଦେଖିପାରୁଥିଲେ।ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଗୁଜରାଟ ଇତ୍ୟାଦି ଦେଶର ସୁନ୍ଦର ସ୍ଥାନରେ ଏହି ସିରିଏଲର ଶୁଟିଂ କରାଯାଇଥିଲା। ଏଥିରେ ଶାହିର ଶେଖ ଅର୍ଜୁନ ଭୂମିକାରେ, ପୂଜା ଶର୍ମା ଦ୍ରୌପଦୀ ଓ ସୌରଭ ଜୈନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ।

- Advertisement -

ଏକ ରିପୋର୍ଟ ଅନୁସାରେ ଏହି ସିରିଏଲ ନିର୍ମାଣ ପାଇଁ ୫ ବର୍ଷ ସମୟ ଲାଗିଥିଲା। ୫ ବର୍ଷରୁ ପ୍ରସ୍ତୁତି ପରେ ଏହି ସିରିଏଲକୁ ପ୍ରସାରିତ କରାଯାଇଥିଲା।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories