www.samajalive.in
Sunday, December 14, 2025
26.1 C
Bhubaneswar

ଇସ୍ରାଏଲ୍‍ ପ୍ରସ୍ତୁତ କଲା କୋଭିଡ୍‍-୧୯ ଭୂତାଣୁ ନିଷ୍କ୍ରିୟକାରୀ ପ୍ରତିଷେଧକ

ଜେରୁଜେଲମ୍‍ : ଇସ୍ରାଏଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଫର୍‍ ବାୟୋଲୋଜିକାଲ ରିସର୍ଚ୍ଚ(ଆଇଆଇବିଆର୍‍) ଏକ ଆଣ୍ଟିବଡ଼ି ବା ପ୍ରତିଷେଧକର ବିକାଶ କରିଛି, ଯାହା କୋଭିଡ୍‍-୧୯ ନ ଭୂତାଣୁକୁ ନିଷ୍କ୍ରିୟ କରିପାରିବ। ଗତମାସରେ ଆଇଆଇବିଆର୍‍ ଏହି ପ୍ରତିଷେଧକ ଉପରେ କାର୍ଯ୍ୟ ଆରମ୍ଭ କରିଥିଲା । ଏହାକୁ ଏକ ବୃହତ ସଫଳତା ବୋଲି ବର୍ଣ୍ଣନା କରି ଇସ୍ରାଏଲ୍‍ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଏହି ପ୍ରତିଷେଧକ କୋଭିଡ୍‍-୧୯ ଭୂତାଣୁକୁ ନିଷ୍କ୍ରିୟ କରିବାରେ ସଫଳ ହେବ।

ଇତିମଧ୍ୟରେ ଇସ୍ରାଏଲ୍‍ ଏହାର ୟେରୁହାମ୍‍ ସହରରେ ଦେଶର ପ୍ରଥମ ପ୍ରତିଷେଧକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି । ଜେରୁଜେଲମ୍‍ ପୋଷ୍ଟ ସମ୍ବାଦପତ୍ର ଖବର ଅନୁସାରେ ୟେରୁହାମ୍‍ ସ୍ୱାୟତ୍ତ ଶାସନ ପରିଷଦର ଜଣେ ମୁଖପାତ୍ର ଏହି ଯୋଜନା ବିଷୟରେ ଘୋଷଣା କରିଛନ୍ତି ।  ଆଇଆଇବିଆର୍‍ ଓ ଏକ ଆନ୍ତର୍ଜାତିକ ଔଷଧ ଉତ୍ପାଦନକାରୀ କମ୍ପାନି ମିଳିତ ଭାବେ ଏହା ଉପରେ କାର୍ଯ୍ୟ କରୁଛନ୍ତି । ସେହି ପ୍ରତିଷେଧକ ଉତ୍ପାଦନ କେନ୍ଦ୍ର ସ୍ଥାପନ ଯୋଜନା ଉପରେ ଆଲୋଚନା କରାଯାଇଥିବା ରିପୋର୍ଟରେ କୁହାଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories