www.samajalive.in
Saturday, December 6, 2025
15.1 C
Bhubaneswar

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ଦାଣ୍ଡିପଶି ଗ୍ରାମର ଜଣେ ଯୁବକ ବୁଧବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ଯୁବକ ଜଣଙ୍କ ହେଲେ ଦାଣ୍ଡିପଶି ଗ୍ରାମର ଲମ୍ବୋଦର ନାୟକ(୩୨)।

ସୂଚନା ଅନୁଯାୟୀ, ସେ ଅପରାହ୍ନ ସମୟରେ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଛତୁ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ଏକ ଜଙ୍ଗଲୀ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ଭାଲୁଟି ଲମ୍ବୋଦରଙ୍କ ଛାତି ଉପରକୁ ଆକ୍ରମଣ କରି ରାମ୍ପୁଡି ଦେଇଥିଲା। ସାଙ୍ଗରେ ଥିବା ଅନ୍ୟ ଲୋକମାନେ ଭାଲୁକୁ ଘଉଡାଇ ଗୁରୁତର ଲମ୍ୱୋଦରଙ୍କୁ ଏକ ଅଟୋ ଯୋଗେ ନେଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories