www.samajalive.in
Friday, December 5, 2025
27.1 C
Bhubaneswar

ସୋନିଆଙ୍କ ପ୍ରଶ୍ନ: ମେ ୧୭ ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ପରେ କ’ଣ ?

ନୂଆଦିଲ୍ଲୀ: ଲକ୍ଡ଼ାଉନ ତୃତୀୟ ପର୍ଯ୍ୟାୟ ପରେ କ’ଣ? କେନ୍ଦ୍ର ସରକାରଙ୍କୁ ଏପରି ଏକ ଅଖାଡ଼ୁଆ ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବୁଧବାର କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ପଞ୍ଜାବ, ଛତିଶଗଡ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ତାଲାବନ୍ଦ ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ପଚାରିଛନ୍ତି ଏହି ପ୍ରଶ୍ନ । ସେ କହିଛନ୍ତି ଆସନ୍ତା ୧୭ ତାରିଖ ପରେ କ’ଣ ହେବ ? ତାଲାବନ୍ଦ ବଢ଼ିବ ନା ନାହିଁ ? ଯଦି ବଢ଼ିବ ଏହା ପଛରେ କି ଯୁକ୍ତି ରହିଛି?  ଅପରପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୈତିଜ୍ଞ ମନମୋହନ ସିଂହ ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ସହ ସ୍ବର ମିଳାଇଛନ୍ତି ।

- Advertisement -

ସୋନିଆଙ୍କ ସହ ଆଲୋଚନାକାଳରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ର ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି ।  ରାଜସ୍ଥାନ ମୁଖ୍ୟମନ୍ତ୍ରୀ କେନ୍ଦ୍ରଠାରୁ ପ୍ୟାକେଜ ଦାବି କରିଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ତାଲାବନ୍ଦ ନେଇ ତୁଷ୍ଟିକରଣ ନୀତି ଆପଣାଉଛନ୍ତି ବୋଲି ଅଭିଯୋଗ କରିଥିଲେ । ସେହିପରି ସେମାନେ  କେନ୍ଦ୍ର କୌଣସି ଅନୁଦାନ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ନେଉନାହିଁ ଓ  ଜୋନ ନିର୍ଧାରଣ କରିବାରେ ବି କେନ୍ଦ୍ର ସରକାର ପାତରଅନ୍ତର କରୁଛନ୍ତି । କେନ୍ଦ୍ର ସରକାରଙ୍କଠାରୁ ଅନୁଦାନ ନ ମିଳିଲେ ରାଜ୍ୟର ସ୍ଥିତି ବିପନ୍ନ ହେବ ବୋଲି ମଧ୍ୟ ଏହି ମୁଖ୍ୟମନ୍ତ୍ରୀମାନେ ଅଭିଯୋଗ କରିଥିଲେ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଏହି ଅବସରରେ ଉପସ୍ଥିତ ଥିଲେ ।

Hot this week

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

Related Articles

Popular Categories