www.samajalive.in
Saturday, December 6, 2025
16.1 C
Bhubaneswar

୪୮ମେଗାପିକ୍ସେଲ କ୍ୟାମେରା ସହ ୱାୱେ Y-୮ଏସର ବଜାର ପ୍ରବେଶ

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ୍ କମ୍ପାନୀ ୱାୱେ ତାର ନୂତନ ଉପକରଣ Y-୮ ଏସର ବଜାର ପ୍ରବେଶ କରିଛି। ଏହି ନୂତନ ସ୍ମାର୍ଟଫୋନରେ ଉପଭୋକ୍ତାମାନେ ଦୁଇଟି ସେଲଫି କ୍ୟାମେରା, କିରିନ୍ ୭୧୦ ପ୍ରୋସେସର୍ ଏବଂ ଏଚଡ଼ି ଡିସପ୍ଲେର ସମର୍ଥନ ପାଇପାରିବେ।
ଏହି ସ୍ମାର୍ଟଫୋନର ମୂଲ୍ୟ ବାବଦରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ଏଥିରେ ୬.୫ଇଞ୍ଚର ଡିସପ୍ଲେ ରହିଛି, ଯାହାର ରିଜୋଲ୍ୟୁସନ୍ ୨୩୪୦ / ୧୦୮୦ ପିକ୍ସେଲ ରହିଛି। ଏହା ବ୍ୟତୀତ, ଏହି ସ୍ମାର୍ଟଫୋନରେ ୪ଜିବି ରାମ୍ ଏବଂ ୬୪ ଜିବି ଷ୍ଟୋରେଜ୍ ରହିଛି। ଏହାର କ୍ୟାମେର ବାବଦରେ କହିଲେ ଉପଭୋକ୍ତାମାନେ ଏଥିରେ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ପାଇପାରିବେ। ଯେଉଁଥିରେ ୪୮ ମେଗାପିକ୍ସେଲ ପ୍ରାଥମିକ ସେନସର ଏବଂ ୨ ମେଗାପିକ୍ସେଲର ଗଭୀରତା ସେନସର ରହିଛି। ଅନ୍ୟପକ୍ଷରେ, ଏଥିରେ ସେଲଫି ପାଇଁ ୮ ଏବଂ ୨ ମେଗାପିକ୍ସେଲର ଦୁଇଟି କ୍ୟାମେରା ଦିଆଯାଇଛି। ଫୋନରେ ୧୦ ୱାଟର ଫାଷ୍ଟ ଚାର୍ଜିଂ ସହିତ ୪ହଜାର ଏମ୍ଏଚ୍ ବ୍ୟାଟେରୀ ରହିଛି। ଏହା ବ୍ୟତୀତ ଫୋନରେ ସଂଯୋଗ ପାଇଁ ୪ଜି, ୱାଇ-ଫାଇ, ଜିପିଏସ୍, ବ୍ଲୁଟୁଥ୍ ଏବଂ ୟୁଏସବି ପୋର୍ଟ ଟାଇପ୍-ସି ଭଳି ବୈଶିଷ୍ଟ୍ୟ ପ୍ରଦାନ କରାଯାଇଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories