www.samajalive.in
Monday, December 8, 2025
16.1 C
Bhubaneswar

‘ଆଇ ଫର୍‍ ଇଣ୍ଡିଆ’: କରୋନା ଯୋଦ୍ଧାଙ୍କ ପାଇଁ ଏକାଠି ହୋଇ ଅର୍ଥ ଯୋଗାଡ଼ କଲେ ବଲିଉଡ଼ କଳାକାର

ମୁମ୍ବଇ: କରୋନା ଏବେ ସାରା ବିଶ୍ୱକୁ କବଳିତ କରିଛି। ଏହାର ପ୍ରଭାବରେ ଅନେକ କ୍ଷତି ହେବା ସହ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମ ଦେଶ ମଧ୍ୟ କରୋନା ସଙ୍କଟ ଦେଇ ଗତି କରୁଛି। ଏଭଳି ଏକ ବିପଦ ସମୟରେ ବଲିଉଡ ସେଲିବ୍ରିଟିମାନେ କେବଳ ସାହାଯ୍ୟର ହାତ ବଢ଼ାଇଛନ୍ତି ତାହା ନୁହେଁ ବରଂ କରୋନା ଯୋଦ୍ଧାଙ୍କ ପାଇଁ ଅର୍ଥ ଯୋଗାଡ଼ କରିବାରେ ମଧ୍ୟ ଲାଗିଛନ୍ତି।
ରବିବାର ଗିଭ୍‌ ଇଣ୍ଡିଆ ଦ୍ୱାରା ‘ଆଇ ଫର୍‌ ଇଣ୍ଡିଆ’ ନାଁରେ ଏକ କନସର୍ଟ ଆୟୋଜିତ ହୋଇଥିଲା, ଯାହା ସାହାଯ୍ୟରେ କରୋନା ସହିତ ଲଢ଼ିବା ପାଇଁ ପାଣ୍ଠି ସଂଗ୍ରହ କରାଯାଇଥିଲା। ବଲିଉଡର ପ୍ରାୟ ୮୫ରୁ ଅଧିକ କଳାକାର ଏଥିରେ ଭାଗ ନେଇଥିଲେ।

ଫେସ୍‌ବୁକରେ ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ଏହି ଲାଇଭ୍‌ କନସର୍ଟରେ ଅକ୍ଷୟ କୁମାର କବିତା ପାଠ କରୁଥିବା ଦେଖିବାକୁ ମିଳିଥିଲା। ଅମୀର ଖାନ ତାଙ୍କ ପତ୍ନୀଙ୍କ ସହ ଗୀତ ଗାଉଥିବାର ନଜର ଆସିଥିଲେ। ସେହିପରି ଶାହରୁଖ ଖାନ ମଧ୍ୟ ପ୍ରଶଂସକ ପାଇଁ ଗୀତ ଗାଇଥିଲେ। ଏହି ଲାଇଭ କନସର୍ଟରେ ତାଙ୍କ ପୁଅ ଅବରାମ ମଧ୍ୟ ଯୋଗ ଦେଇଥିଲେ। ଏହା ବ୍ୟତୀତ ସୈଫ୍‌ ଅଲ୍ଲୀ ଖାନ ଏବଂ କରୀନା କପୁର ଖାନ ମଧ୍ୟ ଏହି କନସର୍ଟରେ ଯୋଗ ଦେଇଥିଲେ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ଦାନ କରିବାକୁ ସେମାନେ ପ୍ରଶଂସକଙ୍କୁ ନିବେଦନ କରିଥିଲେ।

- Advertisement -

‘‘ଯେଉଁମାନେ ଏହି ସମୟରେ ନିଜ ପରିବାର ସହିତ ଘରେ ଅଛନ୍ତି ସେମାନେ ବହୁତ ଖୁସି ହେବା ଉଚିତ୍। କିନ୍ତୁ ଦେଶର ସମସ୍ତେ ଭାଗ୍ୟବାନ ନୁହଁନ୍ତି। ଏବେବି ଅନେକ ଲୋକ ତାଙ୍କ ପରିବାରଠୁ ଦୂରରେ ଅଛନ୍ତି । ତେଣୁ ସମସ୍ତେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବା ଉଚିତ୍’’ ବୋଲି ଲାଇଭ୍‌ କନସର୍ଟରେ ଅଭିଷେକ ବଚ୍ଚନ କହିଥିଲେ। ଅମିତାଭ ବଚ୍ଚନ ଏହି କନସର୍ଟରେ ଋଷି କପୁରଙ୍କୁ ମନେ ପକାଇବା ସହ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଏହି କନସର୍ଟ ଜରିଆରେ ୩ କୋଟିରୁ ଅଧିକ ଟଙ୍କା ଜୁଟାଇ ପାରିଛନ୍ତି ସେଲିବ୍ରିଟି। ପ୍ରାୟ ୧୪ ହଜାରରୁ ଅଧିକ ଲୋକ ଅନଲାଇନ ଟଙ୍କା ଦାନ କରିଥିବା ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories