www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟରେ କୋଭିଡ୍‌-୧୯ ସଙ୍କଟ ପରବର୍ତ୍ତୀ ପର୍ଯ୍ୟଟନ ଶିଳ୍ପର ଉନ୍ନତିକରଣ ଓ ଯୋଜନା ପ୍ରସ୍ତୁତି ଉପରେ ଓ୍ୱେବ୍‌ନାର

ଭୁବନେଶ୍ୱର : ଭାରତୀୟ ଶିଳ୍ପ ପହାସଂଘ (ସିଆଇଆଇ) ଆନୁକୂଲ୍ୟରେ ରାଜ୍ୟ ତଥା ସପଗ୍ର ଦେଶର ବଛାବଛା ଶିଳ୍ପ ପତିଙ୍କୁ ନେଇ କୋଭିଡ୍‌-୧୯ ମହାମାରୀ ବାଧାପ୍ରାପ୍ତ ପର୍ଯ୍ୟଟନ କ୍ଷେତ୍ରକୁ ସୁଧାରିବ ଦିଗରେ ମତବିନିପୟ ପାଇଁ ଏକ ଓ୍ୱେବ୍‌ନାର ଆୟୋଜିତ ହୋଇଥିଲା। ଏଥିରେ ପୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ କିପରି ପୁଣିଥରେ ସ୍ୱାଭାବିକ କରାଯାଇପାରିବ ସେ ନେଇ କେତେକ ଗଠନମୂଳକ ମତ ଉପସ୍ଥାପନ କରିଥିଲେ ।

ସେ ତାଙ୍କର ଆଲୋଚନାରେ ନିକଟ ଅତୀତରେ ଘୂର୍ଣ୍ଣିଝଡ଼ ଫଣି ଯୋଗୁଁ ଯେଉଁ କ୍ଷୟକ୍ଷତିର ସାମ୍ନା କରିବାକୁ ପଡ଼ିଥିଲା ପୁଣିଥରେ ଆମେ ଏକ ରେକର୍ଡ ସମୟରେ ଏହି କ୍ଷେତ୍ରକୁ ସ୍ୱାଭାବିକ କରି ପାରିଥିଲୁ ବୋଲି ସେ ପ୍ରକାଶ କରିଥିଲେ । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଷୟରେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ପର୍ଯ୍ୟଟନ କ୍ଷେତ୍ରକୁ ବଜେଟରେ ପାଞ୍ଚଗୁଣ ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି ।

- Advertisement -

ତେଣୁ ନୂତନ ଅନ୍ତଃକରଣ ସୃଷ୍ଟି ସହ ଅଧିକ ପର୍ଯ୍ୟଟକଙ୍କୁ ରାଜ୍ୟକୁ ଆସିବାକୁ ଆକୃଷ୍ଟ କରିବା ଦିଗରେ  ବିଭିନ୍ନ କାର୍ଯ୍ୟକରାଯାଇଥିବା ସେ ପ୍ରକାଶ କରିଥିଲେ ଯାତାୟତ ସୁଚାରୁ ହେଲାପରେ ପରିବାର ପର୍ଯ୍ୟଟନକୁ ଅଧିକ ଗୁରୁତ୍ୱ ପ୍ରଦାନ ସହ ସେମାନେ କିପରି ସଡ଼କ ପଥରେ ନିଜ ଯାନବାହନରେ ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଆସି ପାରିବେ ତାହା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି କହିଥିଲେ। ସଂପ୍ରତି ରାଜ୍ୟରେ କୋଭିଡ୍‌-୧୯ର ପୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିବଦ୍ଧତା ପ୍ରଦର୍ଶନ କରି ରେକର୍ଡ ସମୟରେ ୩୯ଟି କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରି ପାରିଛନ୍ତି ଲୋକଙ୍କୁ ଏହି ମହାପାରୀରୁ ରକ୍ଷା କରିବା ପାଇଁ ସରକାର ଯତପରୋନାସ୍ତି ଉଦ୍ୟମ ଜାରି ରଖିଛନ୍ତି ।

ତେଣୁ ପର୍ଯ୍ୟଟନ କ୍ଷେତ୍ରକୁ ପଧ୍ୟ ସରକାର ଅଧିକ ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ସେ ଆଲୋଚନାରେ ଉପସ୍ଥାପନ କରିଛନ୍ତି । ଏହି ଓ୍ବେବ ଆଲୋଚନା ଚକ୍ରରେ ଅନ୍ୟପାନଙ୍କ ପଧ୍ୟରେ ସିଏପ୍‌ଡ଼ି, ସ୍ୱସ୍ତି ଗ୍ରୁ ପ୍‌ ଶ୍ରୀ ଜେ. କେ. ପହାନ୍ତି, ବିଆଇଟିବିର ସିଇଓ ଶ୍ରୀ ନବୀନ ବେରୀ, ଭାରତ ଘରୋଇ ଟୁର ଅପରେଟରସ୍‌ର ସଭା ତି ଶ୍ରୀ ପି. ପି. ଖାନ୍ନା, ମେ ଫେୟାର ହୋଟେଲ୍‌ ଗ୍ରୃପ୍‌ର ଇ.ଡ଼ି. ଶ୍ରୀ ସୌଭାଗ୍ୟ ପହା ପାତ୍ର, ଏୟାର ଏସିଆର ଦକ୍ଷିଣ ଏସିଆ ମହା ପ୍ରବନ୍ଧକ ଶ୍ରୀ ସୁରେଶ ନାୟାର ଇନଟର୍‌ ଗ୍ଲୋବ୍‌ ହୋଟେଲର ସଭାପତି ଓ ସିଇଓ ଶ୍ରୀ ଜି.ବି. ସିଂହ, ଲିପନ୍‌ ଟ୍ରିହୋଟେଲ୍‌ ଡେ ପୁଟି-ପ୍ୟାନେଜର ଶ୍ରୀ ରତନ କେଶଓ୍ୱାନୀଙ୍କ ସମେତ ପ୍ରାୟ ୫୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories