www.samajalive.in
Monday, December 15, 2025
17.1 C
Bhubaneswar

ନିଜର ଅସୁସ୍ଥ ଛୁଆକୁ ଧରି ଡାକ୍ତରଖାନାରେ ପହଞ୍ଚିଲା ବିଲେଇ, ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ନୂଆଦିଲ୍ଲୀ : ମଣିଷମାନଙ୍କ ମଧ୍ୟରେ ଦିନ କୁ ଦିନ ଆତ୍ମୀୟତା ଲୋପ ପାଉଥିବା ବେଳେ ପଶୁମାନଙ୍କ ମଧ୍ୟରେ ପ୍ରେମର ପରିଭାଷା ଦେଖିବାକୁ ମିଳୁଛି। ଗୋଟିଏ ପଟେ ମଣିଷ ଛୁଆଟିକୁ ଜନ୍ମ ଦେଇ ମାଆ ଫିଙ୍ଗି ଦେଉଥିବା ​‌ଘଟଣା ଆମ ସମାଜରେ ବାରମ୍ବାର ଘଟୁଥିବା ବେଳେ କଥା କହି ପାରୁନଥିବା ପଶୁ ନିଜ ଛୁଆର ଜୀବନ ବଞ୍ଚାଇବାକୁ ସିଧା ଯାଇ ପହଞ୍ଚିଛି ହସ୍ପିଟାଲରେ। ଏଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ଘଟଣାଟି ହେଉଛି ତୁର୍କୀର ଇସ୍ତାନବୁ ସହରର। ଏକ ହସ୍ପିଟାଲରେ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ୍ ମାନେ ବସିଥିବା ବେଳେ ହଠାତ୍ ଏକ ବିଲେଇ ପାଟିରେ ନିଜର ଅସୁସ୍ଥ ଛୁଆଟିକୁ ଧରି ପହଞ୍ଚି ଯାଇଥିଲା। ତାକୁ ଦେଖି ଡାକ୍ତର ଓ ସେଠାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଷ୍ଟାଫ୍ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଡାକ୍ତରମା​‌ନେ ତୁରନ୍ତ ଅସୁସ୍ଥ ଛୁଆ ବିଲେଇକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ। ହସ୍ପିଟାଲର ଷ୍ଟାଫ୍ ମାନେ ମାଆ ବିଲେଇକୁ ଖାଇବାକୁ କିଛି ଖାଦ୍ୟ ଏବଂ ପିଇବାକୁ କ୍ଷୀର ଦେଇଥିଲେ।
ଏହି ଫଟୋକୁ ହସ୍ପିଟାଲର ଜଣେ ଷ୍ଟାଫ୍ ଓଜକାନ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି ଯେ, ‘ଆଜି ଆମେ ଜରୁରୀକାଳୀନ କୋଠରୀରେ ଥିଲୁ। ସେତେବେଳେ ଏକ ବିଲେଇ ତାର ଅସୁସ୍ଥ ଶିଶୁକୁ ପାଟିରେ ଧରି ଆସି ପହଞ୍ଚିଥିଲା। ବିଲେଇ ନିଜ ଶିଶୁ ସହିତ ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ସେଠାରେ ଥିବା କର୍ମଚାରୀମାନେ ବିଲେଇକୁ ଖାଦ୍ୟ ଏବଂ କ୍ଷୀର ପିଇବାକୁ ଦେଇଥିଲେ। ପରେ ଅସୁସ୍ଥ ଛୁଆ ବିଲେଇର ଚିକିତ୍ସା ପାଇଁ କର୍ମଚାରୀମାନେ ଭିତରକୁ ନେଇଯାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories