www.samajalive.in
Sunday, December 7, 2025
26.1 C
Bhubaneswar

ମିଳୁନି ନିର୍ଦ୍ଦିଷ୍ଟ କମ୍ପାନୀ ଔଷଧ; ସମସ୍ୟାରେ ମଧୁମେହ ରୋଗୀ

କଲକାତା: ସାଂପ୍ରତିକ ପରିବେଶରେ ମଧୁମେହ ରୋଗୀମାନେ ସମସ୍ୟାରେ ପଡ଼ିଛନ୍ତି। କେତେକ ଅଞ୍ଚଳରେ ମଧୁମେହ ଔଷଧ ମିଳୁନାହିଁ। ଏହା ସହିତ କେତେକ ସ୍ଥାନରେ ଅତିରିକ୍ତ ମୂଲ୍ୟ ନିଆଯାଉଛି। ସେହିପରି ଏହି ଔଷଧରେ ପୂର୍ବରୁ ୨୦% କିମ୍ବା ୩୦% ଛାଡ଼ ଦିଆଯାଉଥିଲେ ସୁଦ୍ଧା ତାହା ମିଳୁନାହିଁ, ଯାହାକୁ ନେଇ ଅନେ​‌କ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ନିର୍ଦ୍ଦିଷ୍ଟ କମ୍ପାନୀ ଔଷଧ ମିଳୁନାହିଁ। ଅନ୍‌ଲାଇନ୍‌ରେ ଔଷଧ ଅର୍ଡର ଦିଆଯାଉଥିଲେ ସୁଦ୍ଧା ସମସ୍ୟା ଦେଖାଦେଇଛି, ଯାହାକୁ ନେଇ ଅନେକେ ଚିନ୍ତାରେ ପଡ଼ିଛନ୍ତି। ବିଶେଷ କରି ଭିନ୍ନ କମ୍ପୋଜିସନ୍‌ର ଔଷଧ କ୍ରୟ ପାଇଁ ରୋଗୀମାନେ ବାଧ୍ୟ ହୋଇଛନ୍ତି। ୧୫ବର୍ଷ ଧରି ମଧୁମେହ ରୋଗରେ ପୀଡ଼ିତ ଥିବା କେତେକ ରୋଗୀ ସେମାନଙ୍କ ପ୍ରେସ୍‌କ୍ରିପ୍‌ସନ ଦେଖାଉଥିଲେ ସୁଦ୍ଦା ଔଷଧ ପାଉ ନାହାଁନ୍ତି। ତେଣୁ ଏହାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଭାବେ ଔଷଧ ଯୋଗାଣ ନେଇ ବହୁମୁଖୀ ଘୋଷଣା କରାଯାଇଥିଲେ ସୁଦ୍ଦା ସେଥିରେ ସମସ୍ୟା ଦେଖା ଦେଇଥିବାରୁ ରୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ଏହି ବିଷୟରେ କହିଛନ୍ତି ଯେ, ଗୋଟିଏ କମ୍ପୋଜିସନ୍‌ର ଦୁଇ ପ୍ରକାର ଔଷଧ ମଧ୍ୟରୁ କାର୍ଯ୍ୟକାରୀତା ନେଇ ପାର୍ଥକ୍ୟ ହେବା କଥା ନୁହେଁ, କିନ୍ତୁ କେତେକ କ୍ଷେତ୍ରରେ ବ୍ୟତିକ୍ରମୀ ଦେଖାଯାଉଛି ବୋଲି ଅଭିଯୋଗ ହେଉଛି। ବାସ୍ତବ ଦୃଷ୍ଟିରୁ ଯଦି ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ନ ମିଳେ ତେବେ ଅନ୍ୟ କମ୍ପାନୀର ସମ କମ୍ପୋଜିସନ୍‌ ଔଷଧ କ୍ରୟ କରିବାକୁ ହେବ। ଏହି କ୍ଷେତ୍ରରେ ବିବେଚନାମୂଳକ କାର୍ଯ୍ୟ କରାଯିବା ଉଚିତ୍‌। ସେହିପରି ମେଡ଼ିକା ହାସପାତାଳର ଡକ୍ଟର ପ୍ରଦୀପ ସେଠୀ କହିଛନ୍ତି ଯେ ବର୍ତ୍ତମାନ ପରିବେଶରେ ଭିନ୍ନ କମ୍ପାନୀର ଔଷଧ କ୍ରୟ କରିବା ପରେ ଡାକ୍ତରଙ୍କ ସହିତ ଟେଲିଫୋନ୍‌ରେ ମତାମତ ନେବା ଜରୁରୀ ହୋଇଛି। ସେହିପରି ଭିନ୍ନ କମ୍ପୋଜିସନ୍‌କୁ ଆଦରି ନେବା ନିଜ ପକ୍ଷରେ ସିଦ୍ଦାନ୍ତ ନେବା ଉଚିତ୍‌ ନୁହେଁ। ବର୍ତ୍ତମାନ ଯେହେତୁ ଚିକିତ୍ସା କେନ୍ଦ୍ରରେ ସହଜ ଭାବେ ଚିକିତ୍ସା ହେବା କଠିନ ହେଉଛି, ତେଣୁ ସୁନିର୍ଦ୍ଦିଷ୍ଟ ଔଷଧ ପ୍ରସଙ୍ଗରେ ନିଜକୁ ସଚେତନ କରିବା ଆବଶ୍ୟକ।

- Advertisement -

ଔଷଧ ଦୋକାନର ସର୍ବବୃହତ୍‌ ସଂଗଠନ ବେଙ୍ଗଲ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ରାଜ୍ୟ ସମ୍ପାଦକ ସଜଳ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ୪୦ହଜାରରୁ ଊର୍ଦ୍ଦ୍ବ ଦୋକାନୀଙ୍କୁ ସଚେତନ କରାଯାଇଛି, ସେମାନେ ମଧ୍ୟ ଚ ିକିତ୍ସକଙ୍କ ସହିତ ଆଲୋଚନା କରି ବିକଳ୍ପ ଔଷଧ ବିକ୍ରି କରିବା ଉଚିତ୍‌। ସର୍ବୋପରି କ୍ରେତାଙ୍କ ଅନିଚ୍ଛାରେ କୌଣସି ଔଷଧ ଦେବା ଅନୁଚିତ। ଏହା ସହିତ ଯେଉଁ ରୋଗୀଙ୍କୁ ଔଷଧ ଦିଆଯାଉଛି, ସେମାନଙ୍କ ମୋବାଇଲ୍‌ ନମ୍ବର ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଲେଖି ରଖିବା ଉଚିତ୍‌। ବିଶେଷ କରି ରାଜ୍ୟ ସରକାର ଏହି ବିଷୟରେ ସ୍ବତନ୍ତ୍ର ଗାଇଡ଼୍‌ ଲାଇନ୍ ତିଆରି କରିଛନ୍ତି, ତେଣୁ ଏହି ବିଷୟରେ ନୀତିଗତ ଭାବେ ପଦକ୍ଷେପ ନେବା ଜରୁରୀ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories