www.samajalive.in
Monday, December 8, 2025
14.1 C
Bhubaneswar

ଆଧୁନିକ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେବ ‘ମାଇଓଆରଜି୩୬୦’ ଭିସି ଆପ୍‍ : ଧର୍ମେନ୍ଦ୍ର ପ୍ରଧାନ

-ଲକ୍‍ ଡାଉନରେ ଛାତ୍ରଛାତ୍ରୀଙ୍କ ‘ମାଇଓଆରଜି୩୬୦’ ଆପ୍‍ ତିଆରି ଉଦ୍ୟମକୁ ପ୍ରଶଂସା
-ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ସଫଳତା କାମନା କଲେ 

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନଫରେନ୍ସିଂ ଆପ୍‍ ‘ମାଇଓଆରଜି୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍‍ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍‍ ସହ କଥା ହୋଇଛନ୍ତି। ଲକ୍‍ ଡାଉନ୍‍ ଭଳି ସାଂପ୍ରତିକ ସ୍ଥିତିରେ ଏହି ଆପକୁ ତିଆରି କରିଥିବାରୁ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଆପ୍‍ ଆଧୁନିକ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଏକ ଭିଡିଓ ଆପକୁ ତିଆରି କରିବାର ଅଭିନବ ପ୍ରୟାସ ସାଂପ୍ରତିକ ସମୟରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ବିଶେଷ କରି କୋଭିଡ୍‍-୧୯ ସମୟରେ ପ୍ରସ୍ତୁତ ଏହି ଆପ୍‍ ଡିଜିଟାଲ ଯୋଗାଯୋଗର ସ୍ୱଦେଶୀ ଉପକରଣ
ହୋଇପାରିବ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବପୀଢିଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ । ବିଶେଷଭାବରେ ରାଉରକେଲାର ଏନଆଇଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଏହି ଆପ୍‍ ଲୋକଙ୍କୁ ଘରେ ରହି ମଧ୍ୟ ଅନଲାଇନରେ ଯୋଗାଯୋଗ କରିବାରେ ପ୍ରମୁଖ ଭୂମିକା ନେବ । ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି ଯେ ଭିଡିଓ କନଫରେନ୍ସିଂ ଆପର ଟ୍ରାଏଲ୍‍ ଭର୍ସନରେ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କଲି । ଏହି ଯୁବକଯୁବତୀଙ୍କ କାମ ମୋତେ ପ୍ରଭାବିତ କରିଛି । ଆପକୁ ବିକଶିତ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ । ଡିଜିଟାଲ ଦୁନିଆକୁ ପରିବବର୍ତନ କରିବାର ଉଦ୍ୟମ କରୁଥିବା ଛାତ୍ରଛାତ୍ରୀଙ୍କ ଆଗାମୀ ଦିନର ସଫଳତା କାମନା କରୁଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories