www.samajalive.in
Saturday, December 6, 2025
16.1 C
Bhubaneswar

ଗଞ୍ଜାମ ଫେରିବା ପାଇଁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପଞ୍ଜିକରଣ କଲେଣି ୧ଲକ୍ଷ ୯୧ ହଜାର ୭୮୦ ପ୍ରବାସୀ ଶ୍ରମିକ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଏପରିକି ଜିଲ୍ଲାରେ ୫୦୩ ଟି ପଞ୍ଚାୟତରେ କ୍ବାରେଣ୍ଟାଇନ ସେଣ୍ଟର ଖୋଲା ଯାଇଛି । ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ଏହିଠାରେ ରଖାଯିବ । ସେଠାରେ ସେମାନେ ୧୪ ଦିନ ରହିବେ । ସେଠାରେ ଖାଇବା, ପିଇବା, ଔଷଧଠାରୁ ଆରମ୍ଭ କରି ସବୁପ୍ରକାର ଦାୟିତ୍ୱ ପ୍ରଶାସନ କରୁଛି । ସେହିପରି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୧ଲକ୍ଷ ୯୧ ହଜ଼ାର ୭୮୦ ଲୋକ ଅନଲାଇନରେ ପଞ୍ଜିକରଣ କରିଥିବା ସୂଚନା ମିଳିଛି । ସେଥିମଧ୍ୟରୁ ଛତ୍ରପୁର ସବଡିଭିଜନ ରେ ୭୯ ହଜ଼ାର ୧୧୫ ଜଣ ପଞ୍ଜିକରଣ କରିଛନ୍ତି । ଗ୍ରାମଞ୍ଚଳ ରେ ୭୪, ୧୬୧ ଓ ସହରାଚଂଳ ରେ ୪୯୫୪ ଜଣ ପଞ୍ଜିକରଣ କରିଛନ୍ତି ।  ଛତ୍ରପୁର ରେ ୪୬୮୮,ଗଞ୍ଜାମ ରେ ୩୮୩୦, ଖଲିକୋଟ ରେ ୮୦୧୮, ହିଞ୍ଜିଳି ରେ ୧୦୮୭୬, କବିସୂର୍ୟ୍ୟନଗର ରେ ୧୭୫୭୦, ପୋଲସରା ରେ ୧୩୬୪୭, ବେଗୁନିଆପଡା ରେ ୭୨୯୮, ପୁରୁଷୋତ୍ତମ ରେ ୧୨୧୫୪, ରମ୍ଭା ଏନ ଏ ସି ରେ ୩୩୫ ଓ କୋଦଳା ରେ ୬୯୯ ଜଣ ଅନ ଲାଇନ ରେ ପଞ୍ଜିକରଣ କରିଥିବା ଜଣାପଡିଛି । ଜିଲାରେ୧୨୩୧ ଟି କ୍ବାରେଣ୍ଟାଇନ କେନ୍ଦ୍ର ଖୋଲାଯିବା ସହ ୮୫୭୧ କର୍ମଚାରୀ ନିୟୋଜିତ ହୋଇଥିବା ଜଣାପଡିଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories