www.samajalive.in
Saturday, December 6, 2025
16.1 C
Bhubaneswar

ସୋପିଆନରେ ଏନକାଉଣ୍ଟର: ଯବାନଙ୍କ ଗୁଳିରେ ୩ ଆତଙ୍କୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ମଙ୍ଗଳବାର ରାତିସାରା ଘଟିଥିବା ଏହି ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନାର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଜଉନପୁର ଅନ୍ତର୍ଗତ ମେହ୍ଲୋରା ଅଞ୍ଚଳରେ ଘଟିଥିବା ଏହି ଗୁଳିବିନିମୟରେ ମଙ୍ଗଳବାର ରାତିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ବୁଧବାର ସକାଳେ ଅନ୍ୟ ୨ ଜଣ ନିହତ ହୋଇଛନ୍ତି।

ସୂଚନା ଅନୁସାରେ, ସୋପିଆନ ଜିଲାର ଜଉନପୁର ଅନ୍ତର୍ଗତ ମେଲହୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ମଙ୍ଗଳବାର ଖବର ମିଳିଥିଲା। ଏହା ପରେ ସେନାର ୫୫ ଆରଆର ଏବଂ ପୁଲିସର ମିଳିତ ଟିମ୍‌ ମେଲହୋରା ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଚଳାଇଥିଲେ। ସୁରକ୍ଷାକର୍ମୀମାନେ ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ଘେରିଯିବା ପରେ ସେମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ସୋମବାର କୁଲଗାମ ଜିଲାର ଲୋଅର ମୁଣ୍ଡା ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିବା ଫଳରେ ୩ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories