www.samajalive.in
Saturday, December 6, 2025
23.1 C
Bhubaneswar

ବଲିଉଡ୍‌ ଅଭିନେତା ଇରଫାନ ଖାନଙ୍କ ପରଲୋକ

ମୁମ୍ବଇ: ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ଇରଫାନ ଖାନଙ୍କର ବୁଧବାର ମୃତ୍ୟୁ ଘଟିଛି। ମୁମ୍ବଇର କୋକିଳାବେନ୍‌ ଧିରୁଭାଇ ଆମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ବଲିଉଡ ଚଳଚ୍ଚିତ୍ର ନିର୍ଦେଶକ ସୁଜିତ ସରକାର ଟ୍ବିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ଇରଫାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

୫୪ ବର୍ଷୀୟ ଇରଫାନ ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୪ ଦିନ ତଳେ ତାଙ୍କ ମା’ ସଇଦା ବେଗମଙ୍କ ମୃତ୍ୟୁ ଘଟିଥିଲା। ଇରଫାନ ଜଣେ ବହୁମୂଖୀ ଅଭିନେତା ଭାବେ ବଲିଉଡ୍‌ରେ ବେଶ୍‌ ନାଁ କମାଇଛନ୍ତି। ଦେଶ ବିଦେଶରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ତାଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ମଧ୍ୟ ମର୍ମାହତ ହୋଇପଡ଼ିଛନ୍ତି। ବଲିଉଡ୍‌ ଜଗତ ଏକପ୍ରକାର ସ୍ତବ୍ଧ ହୋଇଯାଇଛି। ଇରଫାନଙ୍କ ନିଖୁଣ ଏବଂ ଚମତ୍କାର ଅଭିନୟ ଦର୍ଶକଙ୍କ ମଧ୍ୟରେ ଉଜ୍ଜୀବିତ ରହିବ। ଇରଫାନ ଶେଷ ଥର ଲାଗି ‘ଇଂରେଜୀ ମିଡିୟମ’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଗତ ମାର୍ଚ୍ଚ ମାସ ୧୩ ତାରିଖରେ ଏହି ଚଳଚ୍ଚିତ୍ର ରିଲିଜ ହୋଇଥିଲା।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories