ରାଜ୍ୟର ପ୍ରଗତିରେ ମଧୁବାବୁଙ୍କ ଅବଦାନ ସର୍ବଦା ସ୍ମରଣୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଓଡ଼ିଆ ସ୍ୱାଭିମାନର ସୁରକ୍ଷା, ଶିଳ୍ପ, ଶିକ୍ଷା ଓ ସାହିତ୍ୟରେ ଉତ୍କର୍ଷ ପ୍ରତିପାଦନ ଏବଂ ରାଜ୍ୟର ପ୍ରଗତିରେ ତାଙ୍କ ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ଓ ପ୍ରେରଣାଦାୟୀ ରହିବ ବୋଲି ସେ କହିଛନ୍ତି।

Comments are closed.