କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାରେ ଏକ ଟ୍ରାକ୍ଟର ଓଲଟି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ସନ୍ଧ୍ୟାରେ ଟ୍ରାକ୍ଟରଟି ମାଲ୍ ଆରିବାକୁ ଯାଉଥିବାବେଳେ ନିକିରେଇଥାନା ପାଳକଣା ଅଞ୍ଚଳରେ ଓଲଟି ପଡ଼ିଥିଲା । ଫଳରେ ଟ୍ରାକ୍ଟର ଡ଼ାଲାରେ ବସିଥିବା ସେହି ଗ୍ରାମର ଗଗନ ଦାସ ଓ ରତିକାନ୍ତ ସେଠୀ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ । ଟ୍ରାକ୍ଟର ଡ଼ାଲାରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ରମାକାନ୍ତ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିବା ପରେ ଟ୍ରାକ୍ଟର ଡ଼୍ରାଇଭର ଫେରାର ହୋଇ ଯାଇଛି । ପୁଲିସ ଘଟଣାର ଅନୁସନ୍ଧାନ କରୁଛି ।



