www.samajalive.in
Monday, December 15, 2025
27.1 C
Bhubaneswar

ବିଭିନ୍ନ ରାଜ୍ୟ ସରକାରଙ୍କୁ ସିଏସ୍ଇର ପରାମର୍ଶ: କେବଳ ପ୍ରଭାବିତ ଲୋକଙ୍କ ପାଇଁ ଖର୍ଚ ହେଉ ଜିଲା ଖଣିଜ ପାଣ୍ଠି

ନୂଆଦିଲ୍ଲୀ : କରୋନା ସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଜିଲା ଖଣିଜ ପାଣ୍ଠି(ଡିଏମଏଫ)କୁ ବ୍ୟବହାର କରିବାକୁ ସରକାର ଘୋଷଣା କରିଥିବା ବେଳେ ଏହା କେବଳ ଖଣିଜ ପ୍ରଭାବିତ ଲୋକଙ୍କ ପାଇଁ ବ୍ୟବହାର କରିବାକୁ ସେଣ୍ଟର ଫର ସାଇନ୍‌ସ ଆଣ୍ଡ ଏନଭାରମେଣ୍ଟ(ସିଏସଇ) ପରାମର୍ଶ ଦେଇଛି ।

ଦେଶରେ କରୋନା ସଂକ୍ରମଣ ଓ ତତଜନିତ ଲକଡାଉନ ଯୋଗୁ ଲୋକମାନେ ପ୍ରଭାବିତ ହୋଇଛନ୍ତି। ଆର୍ଥିକ ସ୍ଥିତି ଖରାପ ଯୋଗୁ ସରକାର ଗରିବଙ୍କୁ ସହାୟତା ପ୍ରଦାନ କରୁଛନ୍ତି। କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଡିଏମଏଫ ପାଣ୍ଠି ଖର୍ଚ କରିବାକୁ କିଛି ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି;  କିନ୍ତୁ ଏହି ଅର୍ଥ ଖଣିଜ ପ୍ରଭାବିତଙ୍କ ସ୍ବାସ୍ଥ୍ୟ ସହ ଅନ୍ୟାନ୍ୟ ଦିଗରେ ଖର୍ଚ କରିବାକୁ ସିଏସଇ ପରାମର୍ଶ ଦେଇଛି।  ଖଣି ପ୍ରଭାବିତମାନେ ଗରିବ ଓ ପଛୁଆ ଅଂଚଳରେ ରହୁଛନ୍ତି। ସେମାନଙ୍କୁ ଦଶନ୍ଧି ଧରି ସହାୟତାର ଆବଶ୍ୟକତା ପଡିବ । ତେଣୁ ଡିଏମଏଫ ପାଣ୍ଠି କେବଳ ସେମାନଙ୍କ ପାଇଁ ଖର୍ଚ ହେବା ଦରକାର ବୋଲି ସିଏସଇ ଡିରେକ୍ଟର ଜେନେରାଲ ସୁନିତା ନାରାୟଣ କହିଛନ୍ତି। ଏହି ପାଣ୍ଠିରେ ଗତ ଦୁଇ ବର୍ଷରେ ଦେଶର ବିଭିନ୍ନ ଜିଲାରେ ଖଣି ପ୍ରଭାବିତଙ୍କ ଆୟ ବୃଦ୍ଧି, ହସ୍ପିଟାଲ ସୁବିଧା,  ଶିକ୍ଷା, ପୋଷଣ ସମେତ ଅନ୍ୟାନ୍ୟ ସୁବିଧା କରାଯାଇଛି। ଗତ ୫ ବର୍ଷ ହେଲା ସିଏସଇ ଏହି ପାଣ୍ଠିର ତଦାରଖ କରୁଛି। ଖଣିଜ ପ୍ରଭାବିତଙ୍କ ସମୃଦ୍ଧିରେ ଏହି ପାଣ୍ଠି ସାହାଯ୍ୟ କରିବାକୁ ଥିବାରୁ ଏହା ସାଧାରଣ ଉଦେଶ୍ୟରେ ଉପଯୋଗ ନ କରାଯାଉ ବୋଲି ଡିରେକ୍ଟର ଜେନେରାଲ ସୁନିତା ନାରାୟଣ କହିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories