www.samajalive.in
Sunday, December 14, 2025
17.1 C
Bhubaneswar

ପିଆଜ କିଲୋ ୧୦ ଟଙ୍କା

ପୁଣେ : ଘରୋଇ ଏବଂ ରପ୍ତାନି ଚାହିଦା ମାନ୍ଦା କାରଣରୁ ଦେଶରେ ପିଆଜ ଦର ହ୍ରାସପାଇଛି। ଗତ ପାଞ୍ଚ ସପ୍ତାହରେ ପିଆଜ ଦର ପ୍ରାୟ ୫୦% ହ୍ରାସ ପାଇଛି । ସରକାରୀ ପ୍ରୋତ୍ସାହନ ନ ମିଳିଲେ ମେ’ରେ ଏହାର ଦର ଆହୁରି ଖସିବ ବୋଲି ପିଆଜ ଚାଷୀମାନେ କହିଛନ୍ତି । ଗତବର୍ଷ ଭାରତରେ ପିଆଜ ଦର କିଲୋ ପିଛା ୧୦୦ ଟଙ୍କା ଅତିକ୍ରମ କରିବା ସହିତ ଚାଷୀଙ୍କ ସ୍ତରରେ ପିଆଜ ଦର କିଲୋପିଛା ୫୦ଟଙ୍କା ରହିଥିଲା। ଏହାଦ୍ୱାରା ଚାଷୀମାନେ ଭଲ ଦୁଇପଇସା ରୋଜଗାର କରିପାରିଥିଲେ। ସେଥିପାଇଁ ଚଳିତ ବର୍ଷ ଭାରତ ସମେତ ଅନ୍ୟ ପିଆଜ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକରେ ଅଧିକ ଅଞ୍ଚଳରେ ପିଆଜ ଚାଷ କରାଯାଇଥିଳା । ଭାରତରେ ରବି ଋତୁରେ ପିଆଜ ଅମଳ ପ୍ରାୟ ୪୦% ଅଧିକ ହୋଇଛି। କିନ୍ତୁ ପିଆଜ ଅମଳ ଏବଂ ପ୍ୟାକିଂ ପାଇଁ ଶ୍ରମିକଙ୍କ ଅଭାବ ସହିତ ମହଜୁଦ ଓ ରପ୍ତାନି ସୁଯୋଗ ନଥିବାରୁ ଏହାର ଦର ହ୍ରାସପାଇବାରେ ଲାଗିଛି । କରୋନା ସଂକ୍ରମଣ କାରଣରୁ ଘରୋଇ ବଜାର ସମେତ ବିଦେଶରେ ପିଆଜ ଚାହିଦା ହ୍ରାସପାଇଚି । ସେଥିପାଇଁ ଏହାର ରପ୍ତାନି ମଧ୍ୟ ମାନ୍ଦା ରହିଛି। ସେଥିପାଇଁ ଭାରତର ଅଧିକାଂଶ ସ୍ଥାନରେ ପିଆଜର ପାଇକାରୀ ଦର କିଲୋପିଛା ୮ରୁ ୧୦ଟଙ୍କା ମଧ୍ୟରେ ରହିଛି ବୋଲି ଅନ୍ୟତମ ପ୍ରମୁଖ ପିଆଜ ରପ୍ତାନିକାରୀ ଡାନିଶ ଶାହ କହିଛନ୍ତି । ପ୍ରାୟ ପାଞ୍ଚସପ୍ତାହ ତଳେ ପିଆଜ ଦର କିଲୋ ପିଛା ୧୬ରୁ ୧୮ଟଙ୍କା ରହିଥିଲା ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories