www.samajalive.in
Monday, December 15, 2025
26.1 C
Bhubaneswar

କରୋନା ରୋଗୀ ଅନୁପ୍ରବେଶ ଯୋଜନାରେ ପାକିସ୍ତାନ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଦିଲବାଗ ସିଂହ ବୁଧବାର ଗଣମାଧ୍ୟମକୁ କହିଛନ୍ତି ଯେ, ପାକିସ୍ତାନ ବର୍ତ୍ତମାନ କଶ୍ମୀରରେ ଲୋକଙ୍କୁ କରୋନା ସଂକ୍ରମିତ କରାଇବା ପାଇଁ କରୋନା ଭାଇରସ୍ ପଜିଟିଭ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ଅନୁପ୍ରବେଶ କରାଇବା ଯୋଜନାରେ ରହିଛି । ଜମ୍ମୁ-କାଶ୍ମୀର ଡିଜିପିଙ୍କ କହିବା ମୁତାବକ, “ଆମେ ଯାହା ଶୁଣିଛୁ, ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ଆତଙ୍କବାଦୀ ରପ୍ତାନି କରୁଥିଲା, ବର୍ତ୍ତମାନ ସେ କଶ୍ମୀରରେ ଲୋକଙ୍କୁ ସଂକ୍ରମିତ କରିବା ପାଇଁ କରୋନା ଭାଇରସ୍ ପଜିଟିଭ ଆତଙ୍କବାଦୀ ରପ୍ତାନି କରିବ। ଏହା ଚିନ୍ତାର ବିଷୟ ।”
ସୂଚନା ମୁତାବକ, ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଜିଲାର ପୁଲିସ ଟ୍ରେନିଂ ସ୍କୁଲ ମଣିଗାମ ଭିତରେ ସ୍ଥାପିତ କ୍ୱାରେଣ୍ଟାଇନ୍ କେନ୍ଦ୍ର ପରିଦର୍ଶନ କରିବା ସହ ଉତ୍ତର କଶ୍ମୀରର ଗନ୍ଧରବାଲ ଜିଲାର କ୍ୱାରେଣ୍ଟାଇନ୍ କେନ୍ଦ୍ର ବୁଲି ଦେଖିଥିଲେ।ସେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଆବଶ୍ୟକ ସୁବିଧାର ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପୁଲିସ ମହାନିର୍ଦ୍ଦେଶକ ଲୋକଙ୍କୁ ଏହି ସଂକ୍ରମିତ ଆତଙ୍କବାଦୀଙ୍କ ପ୍ରତି ସତର୍କ ରହିବାକୁ ଅନୁରୋଧ କରିଥିଲେ, କରୋନା ସଂକ୍ରମିତ ଆତଙ୍କବାଦୀମାନେ ଏହି ଭୂତାଣୁକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ଜମ୍ମୁ-କଶ୍ମୀରକୁ ପ୍ରବେଶ କରିବାର ଆଶଙ୍କା ରହିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories