ଗଛରେ ପିଟିଲା କାର, ପରିବାରର ୪ଆହତ

0

ଗୋପ: ସୋମବାର ସକାଳେ ବିହାର ଅଞ୍ଚଳର ଗୋଟିଏ ପରିବାର ବିଶ୍ୱ ପ୍ରସିଦ୍ଧ ପୁରୀ ଓ କୋଣାର୍କ ବୁଲିବାକୁ ଯାଉଥିବା ବେଳେ କାରଟି ଦୁର୍ଘଟଣା ଗ୍ରସ୍ଥ ହୋଇଛି। ଡ୍ରାଇଭର ଜଣକ ଢୁଳାଇ ପଡିବାରୁ ଗାଡିଟି ଭାରସାମ୍ୟ ହରାଇ ଗୋପ-କୋଣାର୍କ ରାସ୍ତାର ବନାଖଣ୍ଡି ଛକ ନିକଟରେ ଏକ ଗଛରେ ପିଟି ହୋଇଯାଇଥିଲା। ଗାଡିରେ ଥିବା ମିଖଲେସ କୁମାର (୩୬) ତାଙ୍କ ପୁଅ ସନ୍ନି (୩) ଗୁରୁତର ହୋଇଯାଇଥିବା ବେଳେ ମା ଓ ଝିଅ ଆହତ ହୋଇଛନ୍ତି। ୪ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ହୋଇଥିବା ବାପା ଓ ପୁଅଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଗ୍ରସ୍ତ ପର୍ଯ୍ୟଟକମାନେ କଳାହାଣ୍ଡି ଜିଲା ସଇଁତଳା ଅଞ୍ଚଳର ବୋଲି ଜଣାପଡିଛି। କାର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Leave A Reply