www.samajalive.in
Saturday, December 13, 2025
23.1 C
Bhubaneswar

ଜଷ୍ଟିସ ମହମ୍ମଦ ରଫିକ ହେବେ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ନେଇ ପ୍ରସ୍ତାବ ଗ୍ରହଣ କରିବା ସହ ଏ ନେଇ ତାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିସ କରିଛନ୍ତି। ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଝାଭେରୀଙ୍କ ଅବସର ପରେ ୨୦୧୯, ଜାନୁୟାରୀ ୫ତାରିଖରୁ କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସଞ୍ଜୁ ପଣ୍ଡା କାର୍ୟ୍ୟରତ ଅଛନ୍ତି।

ସୂଚନାଯୋଗ୍ୟ, ଜଷ୍ଟିସ ମହମ୍ମଦ ରଫିକ୍ ୨୦୧୯, ନଭେମ୍ବର ୧୩ରେ ମେଘାଳୟର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବରେ କାର୍ୟ୍ୟ କରିଥିଲେ। ସେଠାରେ ସେ ୨୦୦୬, ମଇ ୧୫ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୯, ଏପ୍ରିଲ ୭ରୁ ମଇ ୪ତାରିଖ ପର୍ୟ୍ୟନ୍ତ ଏବଂ ୨୦୧୯, ସେପ୍ଟେମ୍ବର ୨୩ ରୁ ଅକ୍ଟୋବର ୫ତାରିଖ ପର୍ୟ୍ୟନ୍ତ ଦୁଇଥର ରାଜସ୍ଥାନ ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବରେ କାର୍ୟ୍ୟ କରିଥିଲେ। ଏଥିସହ ରାଜସ୍ଥାନ ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ସେ ମଧ୍ୟ କାର୍ୟ୍ୟ କରିଥିଲେ।

- Advertisement -

୧୯୬୦, ମଇ ୨୫ରେ ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜନଗଡ଼ରେ ରଫିକଙ୍କ ଜନ୍ମ। ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ୧୯୮୦ରେ ବି.କମ, ୧୯୮୪ରେ ଏଲଏଲବି ଏବଂ ୧୯୮୬ରେ ଏମ.କମ ପାଠ୍ୟ ସମାପ୍ତ କରିଥିଲେ। ଏହା ପରେ ସେ ଓକିଲାତି ପେଶା କରିବା ପାଇଁ ବାର୍‌ରେ ଯୋଗ ଦେଇଥିଲେ ଏବଂ ୧୯୮୪, ଜୁଲାଇରୁ କାର୍ୟ୍ୟାରମ୍ଭ କରିଥିଲେ। ୧୯୮୬, ଜୁଲାଇ ୧୫ରୁ ୧୯୮୭, ଡିସେମ୍ବର ୨୧ପର୍ୟ୍ୟନ୍ତ ରାଜସ୍ଥାନ ରାଜ୍ୟ ପାଇଁ ସହକାରୀ ସରକାରୀ ଆଇନଜୀବୀ (ଏଜିଏ) ଏବଂ ୧୯୮୭, ଡିସେମ୍ବର ୨୨ରୁ ୧୯୯୦ ଜୁନ୍ ୨୯ ପର୍ୟ୍ୟନ୍ତ ଡେପୁଟି ସରକାରୀ ଓକିଲ(ଡିଜିଏ)କାର୍ୟ୍ୟ କରିଥିଲେ। ୧୯୯୨ ରୁ ୨୦୦୧ ପର୍ୟ୍ୟନ୍ତ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନ୍‌ସେଲ୍‌ ଭାବରେ ମଧ୍ୟ କାର୍ୟ୍ୟ କରିଥିଲେ। ଏହାପରେ ୧୯୯୯, ଜାନୁଆରୀ ୭ରେ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ ହୋଇଥିଲେ। ସେ ରାଜସ୍ଥାନ ହାଇକୋର୍ଟରେ ଆଇନର ପ୍ରାୟ ସମସ୍ତ ଶାଖାରେ ବିଶେଷ ଭାବରେ ସାମ୍ବିଧାନିକ ମାମଲା, ଚାକିରି ସଂପର୍କିତ ମାମଲା, ଜମି ଅଧିଗ୍ରହଣ ମାମଲା, ରାଜସ୍ୱ ମାମଲା, କଷ୍ଟମ ଏବଂ ଏକ୍ସାଇଜ୍ ମାମଲା, ରେଳବାଇ ସଂପର୍କିତ ମାମଲା, ଟିକସ ମାମଲା, କମ୍ପାନୀ ମାମଲା ଏବଂ ଅପରାଧିକ ମାମଲା ପରିଚାଳନା କରି ସୁଖ୍ୟାତି ଅର୍ଜନ କରିଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories