କରୋନା କବଳରେ ବିଶ୍ୱର ୨୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ
ୱାଶିଂଟନ : ସମଗ୍ର ବିଶ୍ୱରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଶ୍ୱରେ କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୦ ହଜାରକୁ ଅତିକ୍ରମ କରିଯାଇଛି। ଏହି ସଂଖ୍ୟା ବିଗତ ୧୩ ଦିନ ମଧ୍ୟରେ ଦ୍ୱିଗୁଣିତ ହାରରେ ବୃଦ୍ଧି ପାଇଛି। ଆମେରିକାରେ ୬ ଲକ୍ଷ ୧୯ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ସ୍ପେନରେ ୧ ଲକ୍ଷ ୭୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଇଟାଲୀରେ ଗୁରୁତର ଭାବେ ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି; କିନ୍ତୁ କିଛି ନୂଆ ଲୋକ ସଂକ୍ରମିତ ହେବା ସହ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାରକୁ ଅତିକ୍ରମ କରିଯାଇଛି। ଫ୍ରାନ୍ସ ଓ ଜର୍ମାନୀରେ ୧ ଲକ୍ଷ ୩୦ ହଜାର ଲେଖାଏଁ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।
Comments are closed.