www.samajalive.in
Friday, December 5, 2025
17.1 C
Bhubaneswar

ଗାଡିରୁ ଉଦ୍ଧାର ବାଛୁରୀ ଥାନାରେ; ଦିନକୁ ପିଉଛି ୨୦ ଲିଟର କ୍ଷୀର

ବେଙ୍ଗାଲୁରୁ: କଥା କହି ପାରୁ ନ ଥିବା ଜୀବଜନ୍ତୁ ଏବଂ ପଶୁ-ପକ୍ଷୀ ପ୍ରେମ ଭାଷାକୁ ଖୁବ୍ ଭଲ ଭାବେ ବୁଝିପାରନ୍ତି । ଟିକିଏ ସ୍ନେହ ଓ ପ୍ରେମ ବଦଳରେ ସେମାନେ ମଣିଷର ଅତି ନିଜର ହୋଇଯାଆନ୍ତି । କର୍ଣ୍ଣାଟକ ବେଙ୍ଗାଲୁରୁ ସହରର ଏକ ଥାନାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ବାପାନାହଲ୍ଲୀ ପୁଲିସ ଷ୍ଟେସନରେ ଜଣେ ପୁଲିସ ଅଧିକାରୀ ଏବଂ ଏକ ବାଛୁରୀ ମଧ୍ୟରେ ନିବିଡ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକାରୀ ଜଣକ ଥାନାରେ ଏକ ବାଛୁରୀକୁ ନିଜ ପରିବାରର ସଦସ୍ୟ ଭଳି ପାଳୁଛନ୍ତି । ବାଛୁରୀଟିର ନିୟମିତ ଯତ୍ନ ନେବା ସହ ଦିନକୁ ପ୍ରାୟ ୨୦ ଲିଟର କ୍ଷୀର ପିଇବାକୁ ଦେଉଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଥାନକୁ ବାଛୁରୀ ଆସିଲା କିପରି? ଯଦି ଅଧିକାରୀଙ୍କୁ ବାଛୁରୀ ପାଳିବା ପସନ୍ଦ ଥିଲା ସେ ତାକୁ ନିଜ ଘରେ ରଖିଲେନି କାହିଁକି?

- Advertisement -

ଘଟଣାଟି ଏହିପରି…. ଏକଦା ବାପାନାହଲ୍ଲୀ ପୁଲିସ ରାତିରେ ପହରା ଦେଉଥିବା ବେଳେ ଏକ ଗାଡି ଦ୍ରୁତ ଗତିରେ ସେହି ରାସ୍ତା ଦେଇ ଚାଲିଗଲା। ପୁଲିସ ସେହି ଗାଡିକୁ ପିଛା କରି ଏକ ଚେକ୍ ପୋଷ୍ଟ ପୂର୍ବରୁ ଅଟକାଇଲା। ଯାଞ୍ଚ ବେଳେ ଗାଡିରୁ ଏକ ବାଛୁରୀ ଉଦ୍ଧାର ହେଲା । ବାଛୁରୀଟି ଗାଡିର ପଛପଟେ ଏକ ପ୍ଲାଷ୍ଟିକ୍ କଭର ମଧ୍ୟରେ ବନ୍ଦୀ ହୋଇ ରହିଥିଲା । ପୁଲିସ ଅଧିକାରୀ ମହମ୍ମଦ ରଫି ବାଛୁରୀକୁ ଗାଡି ମଧ୍ୟରୁ ଉଦ୍ଧାର କରି ସିଧା ଥାନାକୁ ନେଇ ଆସିଲେ ।

ଥାନାରେ ବାଛୁରୀକୁ ଏକ ଛୁଆ ପରି ପାଳିଲେ । ବାଛୁରୀର ନାମ ଦିଆଗଲା ଭୀମା। ପୁଲିସ ଅଧିକାରୀ ମହମ୍ମଦ ରଫି ସେହି ବାଛୁରୀର ବିଶେଷ ଯତ୍ନ ନେ​‌ଉଥିବା ଦେଖିବାକୁ ମିଳେ। କେବଳ ମହମ୍ମଦ ରଫି ନୁହଁନ୍ତି ପୁଲିସ ଷ୍ଟେସନରେ ଥିବା ଅନ୍ୟ ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନେ ମଧ୍ୟ ବାଛୁରୀର ଯତ୍ନ ନେଉଛନ୍ତି।

ପୋଲିସ ଅଧିକାରୀ ମହମ୍ମଦ ରଫି ଏକ ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ବାଛୁରୀକୁ କ୍ଷୀର, ଡାଲି ଏବଂ ଅନ୍ୟାନ୍ୟ ଶସ୍ୟ ଜାତୀୟ ଖାଦ୍ୟ ଖାଇବାକୁ ଦେଉଛନ୍ତି।

ପୁଲିସ ଅଧିକାରୀ ମହମ୍ମଦ ରାଫି କହିଛନ୍ତି, ଯଦି ମୁଁ ଏଠାରୁ ଅନ୍ୟ କୌଣସି ଥାନାକୁ ବଦଳି ହୋଇଯାଏ, ତେବେ ମୁଁ ଏହି ବାଛୁରୀକୁ ସାଙ୍ଗରେ ନେଇଯିବି। ମୁଁ ମୋ ପରିବାରର ସଦସ୍ୟ ପରି ଏହି ବାଛୁରୀର ଯତ୍ନ ନେବି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories