www.samajalive.in
Saturday, December 6, 2025
14.1 C
Bhubaneswar

କରୋନା କବଳରେ ବିଶ୍ୱର ୨୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ

ୱାଶିଂଟନ : ସମଗ୍ର ବିଶ୍ୱରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଶ୍ୱରେ କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୦ ହଜାରକୁ ଅତିକ୍ରମ କରିଯାଇଛି। ଏହି ସଂଖ୍ୟା ବିଗତ ୧୩ ଦିନ ମଧ୍ୟରେ ଦ୍ୱିଗୁଣିତ ହାରରେ ବୃଦ୍ଧି ପାଇଛି। ଆମେରିକାରେ ୬ ଲକ୍ଷ ୧୯ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ସ୍ପେନରେ ୧ ଲକ୍ଷ ୭୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଇଟାଲୀରେ ଗୁରୁତର ଭାବେ ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି; କିନ୍ତୁ କିଛି ନୂଆ ଲୋକ ସଂକ୍ରମିତ ହେବା ସହ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାରକୁ ଅତିକ୍ରମ କରିଯାଇଛି। ଫ୍ରାନ୍ସ  ଓ ଜର୍ମାନୀରେ ୧ ଲକ୍ଷ ୩୦ ହଜାର ଲେଖାଏଁ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories