କରୋନା ପାଇଁ ନିମ କଢ଼ି ର ଚାହିଦା ବେଶୀ

ପାଟଣା : ମାରାତ୍ମକ କରୋନା ପାଇଁ ଏବେ ଲୋକେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି। ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପରାମର୍ଶ ଦିଆଯାଇଥିବାରୁ ଲୋକମାନେ ବିଭିନ୍ନ ପ୍ରକାର ଉତ୍ତମ ଖାଦ୍ୟ ଖାଇ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଉଦ୍ୟମ କରୁଛନ୍ତି। ଏଥି ମଧ୍ୟରେ ଲୋକଙ୍କ ମଧ୍ୟରେ ନିମ କଢ଼ି ପାଇଁ ଆଗ୍ରହ ଦେଖାଯାଇଛି। ଗାଁ ଗହଳିରେ ଲୋକେ ନିମ କଢ଼ିରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ବନେଇବାରେ ଆଗ୍ରହ ଦେଖାଇଛନ୍ତି। ନିମ କଢ଼ିରେ ବରା, ପିଠା, ଶାଗ ଆଦି ଖାଦ୍ୟ ତିଆରି କରି ଖାଉଥିବା ଦେଖାଯାଇଛି। ଯେହେତୁ ଏହା ସ୍ବାସ୍ଥ୍ୟ ପ୍ରତି ହିତକାର ଓ ଉପାଦେୟ ସେଥିପାଇଁ ଲୋକେ ଏହି ମହାମାରୀ ସମୟରେ ନିମ କଢ଼ି ଖାଇବାକୁ ପସନ୍ଦ କରୁଛନ୍ତି। ଏଥିପାଇଁ ଲୋକେ ଗାଁ ଗହଳି ରୁ ନିମ ଗଛରୁ ନିମ କଢ଼ି ସଂଗ୍ରହ କରୁଥିବା ବେଳେ ଗାଁ ପାଖ ଜଙ୍ଗଲରୁ ମଧ୍ୟ ନିମ କଢ଼ି ସଂଗ୍ରହ କରୁଥିବା ଦେଖାଯାଇଛି।

kalyan agarbati

Comments are closed.