www.samajalive.in
Monday, December 8, 2025
16.1 C
Bhubaneswar

କରୋନା ମହାମାରୀ ବିରୁଦ୍ଧରେ ଓଡିଶାର ଲଢେଇକୁ ମଜବୁତ୍‍ କରିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସେଲ୍‌ଫ ବା ଷ୍ଟିଲ୍‍ ଅଥୋରିଟି ଅଫ୍‍ ଇଣ୍ଡିଆ ଉଦ୍ୟମରେ ରାଉରକେଲା ଇସ୍ପାତ୍‍ କାରଖାନାର ଇସ୍ପାତ୍‍ ଜେନେରାଲ୍‍ ହସ୍ପିଟାଲ(ଆଇଜିଏଚ୍‍) ଠାରେ କୋଭିଡ୍‍-୧୯ ଚେଷ୍ଟିଂ ଲ୍ୟାବ୍‍ ପ୍ରତିଷ୍ଠା କରାଯାଇଥିବା ବେଳେ ଏହି ଲ୍ୟାବ୍‍ କରୋନା ମହାମାରୀ ବିରୁଦ୍ଧରେ ଓଡିଶାର ଲଢେଇକୁ ମଜବୁତ୍‍ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲାରେ ସେଲ୍‌ଫ ପକ୍ଷରୁ ଆରମ୍ଭ ହୋଇଥିବା ନୂଆ ଲ୍ୟାବର୍‍ ନମୂନା ପରୀକ୍ଷଣ କାମ ଆରମ୍ଭ ହୋଇଯାଇଛି। ଏହି ଲ୍ୟାବ୍‍ କରୋନା ମହାମାରୀ ବିରୁଦ୍ଧରେ ଓଡିଶାର ଲଢେଇକୁ ଦୃଢ କରିବ। ବର୍ତ୍ତମାନର ଆହ୍ୱାନମୂଳକ ସମୟରେ ଇସ୍ପାତି ଇରାଦା ଏଥିରୁ ପ୍ରତିଫଳିତ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଜିଏଚରେ ଥିବା ଅତ୍ୟାଧୁନିକ ଟେଷ୍ଟିଂ ଲ୍ୟାବ୍‍ ସୁବିଧା କରୋନା ସଂକ୍ରମିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା ତଥା ରୋଗକୁ ଚିହ୍ନଟ କରିବାରେ ସହାୟକ ହେବ। ଏହି ଟେଷ୍ଟିଂ ପାଇଁ ଇସ୍ପାତ୍‍ ଜେନେରାଲ ହସ୍ପିଟାଲର ଡାକ୍ତର ଏବଂ ପାରାଡେମିକମାନେ ଭୁବନେଶ୍ୱର ଏମ୍ସ ଏବଂ ଆରଏମଆରସିରୁ ପ୍ରଶିକ୍ଷଣ ନେଇଛନ୍ତି। ରାଉରକେଲାର ହାଇଟେକ୍‍ ହସ୍ପିଟାଲ ଏବଂ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାକ ଓ ଗଳାରୁ ସ୍ୱାବ୍‍ ଅଣାଯାଇ ଆଇଜିଏଚ୍‍ ହସ୍ପିଟାଲରେ ପରୀକ୍ଷା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories