mission shakti banner

ସମୁଦ୍ରରେ ଛଡ଼ାଗଲା ୨୦୦ ଅଲିଭ୍ ରିଡ୍‌​‌​‌ଲେ କଇଁଛ ଛୁଆ

BSKY banner  750×100

କୋଣାର୍କ : ଚଳିତ ବର୍ଷ କୋଣାର୍କ ବନବିଭାଗ ଅଧୀନରେ ଥିବା କଅଁରପୁର, ଚନ୍ଦ୍ରଭାଗା ଅସ୍ଥାୟୀ କଇଁଚ୍ଛ ପ୍ରଜ୍ଜନନ କେନ୍ଦ୍ରରେ ୧୫୫୮୯ ଟି ଅଣ୍ଡା ସଂଗ୍ରହ କରାଯାଇଥିବାବେଳେ ଗୁରୁବାର ସେଥିମଧ୍ୟରୁ ୨୦୦ ବିରଳ ଅଲିଭ୍ ରିଡେଲ କଇଁଚ୍ଛ ଛୁଆକୁ ସମୁଦ୍ରରେ ଛଡ଼ାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଯେ, ଚଳିତ ବର୍ଷ କରୋନା ଭୂତାଣୁ ପ୍ରଭାବ ସମଗ୍ର ଦେଶ ଲକ୍ଡ଼ାଉନ୍ ରହିଥିବାବେଳେ ବେଳାଭୂମି ମଧ୍ୟ ଶୂନ୍ଶାନ୍ ରହିଛି। ଚଳିତ ବର୍ଷ କୋଣାର୍କ ବନବିଭାଗ ଅଧୀନରେ ଥିବା କଅଁରପୁର ଅସ୍ଥାୟୀ ପ୍ରଜ୍ଜନନ କେନ୍ଦ୍ରରେ ଥିବା ୮୪ଟି ବସ୍ତାରୁ ୯୩୧୬ଟି, ଚନ୍ଦ୍ରଭାଗା ଅସ୍ଥାୟୀ କଇଁଚ୍ଛ ପ୍ରଜନ୍ନନ କେନ୍ଦ୍ରର ୬୨ଟି ବସାରୁ ୬୨୭୩ଟି ଅଣ୍ଡାକୁ ସୁରକ୍ଷିତ ଭାବେ ସଂଗ୍ରହ କରାଯାଇ ରଖାଯାଇଥିଲା। ଏହି ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଥିବାବେଳେ ଗୁରୁବାର ୨୦୦ଟି ବିରଳ ଅଲିଭ୍ ରିଡ୍‌​‌​‌ଲେ କଇଁଚ୍ଛ ଛୁଆକୁ ସମୁଦ୍ରରେ ଛଡ଼ାଯାଇଛି। ଚଳିତ ବର୍ଷ କଇଁଚ୍ଛମାନେ ସୁରକ୍ଷିତ ଭାବେ ଅଣ୍ଡା ଦେଇଥିବାବେଳେ ଲୋକଙ୍କ ଯାତାୟାତ ନ ଥିବା ଯୋଗୁଁ କଇଁଚ୍ଛଙ୍କ ଗଣ ଅଣ୍ଡାଦାନ ଦେଖିବାକୁ ମିଳିଥିଲା। କୌଣସି ସ୍ଥାନରେ ଅଣ୍ଡା ନଷ୍ଟ ହୋଇ ନ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଅଣ୍ଡାଗୁଡ଼ିକ ସୁରକ୍ଷିତ ଭାବେ ରହିଥିବାବେଳେ ଅଣ୍ଡାରୁ ଛୁଆ ଫୁଟିବା ପରେ କଇଁଚ୍ଛ ଛୁଆଗୁଡ଼ିକୁ ସମୁଦ୍ରରେ ଛଡ଼ାଯିବ ବୋଲି କୋଣାର୍କ ବନଖଣ୍ଡ ବନାଂଚଳ ଅଧିକାରୀ ବେଣୁଧର ବେହେରା ସୂଚନା ଦେଇଛନ୍ତି।

Comments are closed.