www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ସଂକ୍ରମିତଙ୍କ ପାଇଁ ତ୍ରିସ୍ତରୀୟ ଚିକିତ୍ସା

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମିତଙ୍କ ପାଇଁ ତ୍ରିସ୍ତରୀୟ ଚିକିତ୍ସା ବ୍ୟବସ୍ଥା ଫଳରେ ଉତ୍ତରପ୍ରଦେଶର ଆଗ୍ରା ଏବଂ ଗୌତମବୁଦ୍ଧନଗରରେ ସୁଫଳ ମିଳିଛି। ଏହା ସହିତ ରାଜସ୍ଥାନର ଭିଲୱାଡ଼ା, ପୂର୍ବଦିଲ୍ଲୀ ଏବଂ କେରଳର କେତେକ ସ୍ଥାନରେ ଉତ୍ତମ ଫଳ ମିଳିପାରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି ସରକାର କରୋନା ସଂକ୍ରମିତଙ୍କ ଚିକିତ୍ସା ଦିଗରେ ୩ ପ୍ରକାରର ଚିକିତ୍ସା ବ୍ୟବସ୍ଥା ଆପଣାଇଛନ୍ତି, ଯାହାଫଳରେ ବିଭିନ୍ନ୍‍ ସ୍ତରରେ ଥିବା ସଂକ୍ରମିତଙ୍କୁ ଅଲଗା ଅଲଗା ଏବଂ ସଠିକ୍‍ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଇ ପାରିବ।

କୋଭିଡ୍‍ କେୟାର ସେଣ୍ଟର
ପ୍ରଥମଟି ହେଉଛି କୋଭିଡ୍‍ କେୟାର ସେଣ୍ଟର। ଯେଉଁଥିରେ ସାଧାରଣ କରୋନା ଲକ୍ଷଣ ପ୍ରକାଶ ପାଉଥିବା ରୋଗୀଙ୍କୁ ଚିକିତ୍ସା କରାଯିବ। ଏହି କେନ୍ଦ୍ରଗୁଡ଼ିକ ବିଭିନ୍ନ ଛାତ୍ରାବାସ, ସ୍କୁଲ୍‍, ଷ୍ଟାଡିୟମ୍‍ ଏବଂ ଲଜ୍‍ଗୁଡ଼ିକରେ କାର୍ଯ୍ୟ କରିବ। ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଏହି କେନ୍ଦ୍ର ଖୋଲାଯିବ। ଆବଶ୍ୟକ ପଡ଼ିଲେ ଏହି କେନ୍ଦ୍ରଗୁଡ଼ିକୁ କ୍ୱାରେଣ୍ଟାଇନ୍‍ ପାଇଁ ମଧ୍ୟ ବ୍ୟବହାର କରାଯିବ।

- Advertisement -

କୋଭିଡ୍‍ ହେଲ୍‍ଥ ସେଣ୍ଟର
ଦ୍ୱିତୀୟଟି ହେଉଛି କୋଭିଡ୍‍ ହେଲ୍‍ଥ ସେଣ୍ଟର। ଯେଉଁଥିରେ କରୋନାର ମଧ୍ୟମ ଧରଣର ଲକ୍ଷଣ ପ୍ରକାଶ ପାଉଥିଲେ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ। ଏହି ସେବା ପାଇଁ କୌଣସି ପୂର୍ଣ୍ଣାଙ୍ଗ ହସ୍ପିଟାଲ କିମ୍ବା ହସ୍ପିଟାଲର ଏକ ୱାର୍ଡକୁ ବ୍ୟବହାର କରାଯାଇ ପାରିବ। ଏହି ପ୍ରକାର କେନ୍ଦ୍ରରେ ଶଯ୍ୟା ସହିତ ରୋଗୀମାନଙ୍କୁ ଅମ୍ଳଜାନ ଯୋଗାଇଦେବା ବ୍ୟବସ୍ଥା ରହିବ।

ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲ
ସେହିପରି ତୃତୀୟ ପର୍ଯ୍ୟାୟରେ ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲ ସଂପର୍କରେ ସେ କହିଛନ୍ତି, ଏଥିରେ କରୋନା ପଜିଟିଭ୍‍ ରୋଗୀମାନଙ୍କର ଚିକିତ୍ସା କରାଯିବ। ସ୍ୱତନ୍ତ୍ର ହସ୍ପିଟାଲ କିମ୍ବା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଥିବା ବ୍ଲକରେ ଏହି କେନ୍ଦ୍ର କାର୍ଯ୍ୟ କରିବ, ଯେଉଁଥିରେ ଆଇ.ସି.ୟୁ., ଭେଣ୍ଟିଲେଟର ଏବଂ ଅମ୍ଳଜାନ ଯୋଗାଇଦେବା ବ୍ୟବସ୍ଥା ରଖାଯିବ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories