www.samajalive.in
Saturday, December 6, 2025
17.1 C
Bhubaneswar

ସମ୍ବଲପୁର ରେଳ ଷ୍ଟେସନର ସୁରକ୍ଷା ପାଇଁ ଡ୍ରୋନ ମୁତୟନ

ସମ୍ବଲପୁର ; ବିଶ୍ୱବ୍ୟାପି କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡଉନ କରିଛନ୍ତି। ଏଣୁ ରେଳବାଇ ପକ୍ଷରୁ ଯାତ୍ରୀବାହୀ ସେବାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଛି। ତେଣୁ ଯାତ୍ରୀବାହୀ କୋଚ ଓ ଯାତ୍ରୀ ସଂରକ୍ଷଣ କେନ୍ଦ୍ର ସମେତ ଅନ୍ୟାନ୍ୟ ଯାତ୍ରୀ ସୁବିଧାଯୁକ୍ତ ସାମଗ୍ରୀ ଗୁଡିକ ରେଳ ଷ୍ଟେସନ ପରିସରରେ ବ୍ୟବହାର ନ ହୋଇ ପଡି ରହିଛି। ଏହା ସହିତ ବ୍ୟବହାର ହେଉଥିବା ସଙ୍କେତ ଭିତ୍ତିଭୂମି, ଷ୍ଟେସନ ରିଲେ ରୁମ, ଗୁଡ୍ସ ସେଡ, ୱାଗନ ଷ୍ଟକ ଆଦିର ସୁରକ୍ଷା ରେଳ ସୁରକ୍ଷା ବଳ ଉପରେ ନ୍ୟସ୍ତ ରହିଛି। ଏଣୁ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ୨୪ ଘଣ୍ଟା ନଜର ରଖିବା ନିମନ୍ତେ ସମ୍ବଲପୁର ରେଳ ଷ୍ଟେସନ ପରିସରରେ ଡ୍ରୋନ କ୍ୟାମେରା ମୁତୟନ କରାଯାଇଛି। ରେଳବାଇର ନିର୍ଦ୍ଦେଶକ୍ରମେ ବୁଧବାର ରେଳ ସୁରକ୍ଷା ବଳର ଅଧିକାରୀ ସୁଶୀଲ ଟପ୍ପୋ, ସୁଶୀଲ ପାଠକଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଡ୍ରୋନ କ୍ୟାମେରାକୁ ମୁତୟନ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳ କାର୍ଯ୍ୟାଳୟ ସମେତ ବିସ୍ତୀର୍ଣ୍ଣ ଅଞ୍ଚଳରେ ରହିଥିବା ରେଳ ସମ୍ପତ୍ତି ଓ ରେଳ ଧାରଣକୁ ସୁରକ୍ଷା ଦେବାରେ ଏହି ଡ୍ରୋନ କ୍ୟାମେରା ସୁରକ୍ଷା ବଳଙ୍କୁ ବିଶେଷ ଭାବରେ ସହାୟତା କରିପାରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories