www.samajalive.in
Saturday, December 6, 2025
17.1 C
Bhubaneswar

କରୋନା ଯୁଦ୍ଧରେ ବଡ ସଫଳତା; ଭାରତ ତିଆରି କଲା ଆଣ୍ଟିବଡି କିଟ୍

ନୂଆଦିଲ୍ଲୀ : କରୋନାକୁ ମୁକାବିଲା କରିବା ପାଇଁ ଭାରତ ସରକାର ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ଯଦିଓ ବିଶ୍ବର ଅନ୍ୟ ଦେଶ ତୁଳନାରେ କରୋନା ଭାରତରେ ସେଭଳି ମହାମାରୀ ରୂପ ଧାରର କରିନାହିଁ, ତଥାପି ଏହାର ମୁକାବିଲା ପାଇଁ କୌଣସି ପ୍ରୟାସ ବାକି ନାହିଁ। ଏଭଳି ପରିସ୍ଥିତିରେ ଭାରତକୁ ଏହି ମହାମାରୀ ଯୁଦ୍ଧରେ ଏକ ବଡ଼ ସଫଳତା ମିଳିଛି।

କରୋନା ମୁକାବିଲା ପାଇଁ ଏଚଏଲ୍‌ଏଲ୍‌ (HLL) ଲାଇଫ କେୟାର ଲିମିଟେଡ୍ ପକ୍ଷରୁ ଏକ ଆଣ୍ଟିବଡି କିଟ୍ ପ୍ରସ୍ତୁତ କରଯାଇଛି। ଯାହା କରୋନା ମୁକାବିଲାରେ ସାହାଯ୍ୟ କରିବ। ଏହି କିଟ୍ କୁ ଏନଆଇଭି (NIV)  ପକ୍ଷରୁ ସବୁଜ ସଙ୍କେତ ମଧ୍ୟ ମିଳିଛି। ବର୍ତ୍ତମାନ ଏହି କିଟ୍ ସାହାଯ୍ୟରେ ରୋଗୀର ସେରମ୍, ପ୍ଲାଜମା ଏବଂ ରକ୍ତ ନିଆଯାଇ ଆଣ୍ଟିବଡି ପରୀକ୍ଷା କରାଯିବ।

- Advertisement -

ସାଧାରଣତଃ ରୋଗୀର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେବ। ମାତ୍ର ୧୫ରୁ ୨୦ ମିନିଟ ମଧ୍ୟରେ ଏହାର ରିପୋର୍ଟ ମିଳିବ। କରୋନା ଭୂତାଣୁ ସହ ଲଢିବା ପାଇଁ ସନ୍ଦିଗ୍ଧ ବା ରୋଗୀଙ୍କ ରକ୍ତରେ ଆଣ୍ଟିବଡି କାର୍ଯ୍ୟ କରୁଛି କି ନାହିଁ, ତାହା ଏହି ପରୀକ୍ଷାରୁ ସ୍ଥିର ହେବ। ଯେଉଁମାନଙ୍କ ଠାରେ କେବେ କରୋନା ସଂକ୍ରମଣର ଲକ୍ଷଣ ଦେଖା ଯାଇନାହିଁ, ସେମାନେ ଠାରେ ମଧ୍ୟ ଏହି ପରୀକ୍ଷା କରାଯିବ। ବର୍ତ୍ତମାନ ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ ଏବଂ ପୂର୍ବରୁ ସଂକ୍ରମିତ ହୋଇଥିଲେ କି ନାହିଁ, ତାହା ଏଥିରୁ ସ୍ପଷ୍‌ଟ ହେବ।

ସୂଚନାଯୋଗ୍ୟ, ବର୍ତ୍ତମାନ କରୋନା ସଂକ୍ରମଣ ଚିହ୍ନଟ ପାଇଁ ରିଅଲ୍ ଟାଇମ୍ ପିସିଆର ଟେଷ୍‌ଟ (RT-PCR Test) କରାଯାଉଛି। ଏଥିରେ ଲୋକଙ୍କ ସ୍ବାବ୍ ନମୁନା ନିଆଯାଉଛି। ପ୍ରଥମେ ସନ୍ଦିଗ୍ଧଙ୍କ ଶରୀରରେ ଆରଏନ୍ଏ ଜିନୋମର ଭୂତାଣୁ ରହିଛି କି ନାହିଁ ତାହା ପରୀକ୍ଷା କରାଯାଉଛି। ରିପୋର୍ଟ ପଜିଟିଭ ଆସିଲେ ବ୍ୟକ୍ତି ଜଣକ କୋଭିଡ-୧୯ରେ ସଂକ୍ରମିତ ଥିବା ସ୍ପଷ୍‌ଟ ହେଉଛି। ଏହା ପରେ ରିଅଲ୍-ଟାଇମ୍ ପିସିଆର ପରୀକ୍ଷା କରାଯାଉଛି। ଏହା ମଧ୍ୟ ପଜିଟିଭ ଆସିଲେ ବ୍ୟକ୍ତିକୁ ଡାକ୍ତରଖାନା କିମ୍ବା ଘରେ ଆଇସୋଲେଶନରେ ରଖାଯାଉଛି। ପରୀକ୍ଷା ନେଗେଟିଭ୍ ଆସିଲେ କରୋନା ସଂକ୍ରମଣ ନୁ​‌ହେଁ ବୋଲି ଗ୍ରହଣ କରାଯାଉଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories